ଫ୍ରେଣ୍ଡସିପ୍‌ ଶୃଙ୍ଗ ଜୟ କଲେ ଦୁଇ ଓଡ଼ିଆ ଯୁବକ ସୌଭାଗ୍ୟ ଓ ପ୍ରଭାସ

ଭୁବନେଶ୍ୱର (କେନ୍ୟୁଜ୍‌) : କୁହାଯାଏ ଯଦି ଦୃଢ଼ ଇଚ୍ଛାଶକ୍ତି ରହିବ ତେବେ ପାହାଡ଼ବି ତୁମ ଆଗରେ ମୁଣ୍ଡ ନୁଆଁଇବ । ଏମିତି କାମ କରି ଦେଖାଇଛନ୍ତି ଓଡ଼ିଶାର ଦୁଇଜଣ ଯୁବକ । ସୌଭାଗ୍ୟ କୁମାର ରଥ ଓ ପ୍ରଭାସ ଚିନ୍ନାରା । ସେମାନେ ମାଉଣ୍ଟ ଫ୍ରେଣ୍ଡସିପକୁ ଜୟ କରିଛନ୍ତି ।

ପିୟର ପଞ୍ଜାଲ ପାର୍ବତ୍ୟ ଅଞ୍ଚଳରେ ଥିବା ଫ୍ରେଣ୍ଡସିପ ଶୃଙ୍ଗ ଯାହା ସମୁଦ ପତନରୁ ୫୨୮୭ ମିଟର ଉଚ୍ଚରେ ରହିଛି । ଏହାକୁ ଆରୋହଣ କରି ଓଡ଼ିଶାର ଏହି ଦୁଇ ପର୍ବାତାରୋହୀ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଗତକାଲି ସେମାନେ ଏହି ସଫଳତା ଲାଭ କରିବା ସହ ଫ୍ରେଣ୍ଡସିପ ଶୃଙ୍ଗରେ ଜାତୀୟ ପତାକା ଉଡ଼ାଇଛନ୍ତି ।

SOUBHAGYA

ଏହି ଶୃଙ୍ଗ ହିମାଚଳ ପ୍ରଦେଶର ମନାଲି ଅଞ୍ଚଳର କୁଲ୍ଲ ଜିଲାରେ ଅବସ୍ଥିତ । ଅବଶ୍ୟ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ସୌଭାଗ୍ୟ ଓ ପ୍ରଭାସ ପର୍ବାତାରୋହଣ କରିଥିଲେ । ସେତେବେଳ ଭୀଷଣ ବରଫପାତ ହୋଇଥିଲା । ତଥାପି ନିଜ ମନକୁ ଦୃଢ଼ କରି ସେମାନେ ଆଗେଇ ଚାଲିଥିଲେ ଏବଂ ଶେଷରେ ଫ୍ରେଣ୍ଡସିପ ଶୃଙ୍ଗରେ ପହଞ୍ଚିଥିଲେ । ସୌଭାଗ୍ୟ ଆଇରନ୍‌ ମ୍ୟାନ୍‌ ଭାବେ ପରିଚିତ । ସେ ୨୦୧୯ରେ ଜର୍ମାନୀ ଠାରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ ହୋଇ ଆଇରନ୍‌ମ୍ୟାନ୍‌ ଟାଇଟଲ୍‌ ଜିତିଥିଲେ । ଅନ୍ୟପକ୍ଷରେ ପ୍ରଭାସ ହେଉଛନ୍ତି ଜଣେ ଧାବକ ଏବଂ ସାଇକେଲ ଚାଳକ ।

SOUBHAGYA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.