Below header

ଭଗବାନଙ୍କୁ ବି ଭୟ ନାହିଁ! ଜୋତା ପିନ୍ଧି ଶିବ ଲିଙ୍ଗରେ ବିୟର ଢାଳିଲେ ୨ ଯୁବକ, ଭାଇରାଲ ହେଉଛି ଭିଡିଓ

ଅଭଦ୍ରାମୀର ସବୁ ସୀମା ଟପିଲେ ଦୁଇ ଯୁବକ। ନିଶାସକ୍ତ ଅବସ୍ଥାରେ ଶିବ ଲିଙ୍ଗ ଉପରେ ଢାଳିଲେ ବିୟର। ଆଉ ଏହି ସମୟରେ ପାଦରେ ପିନ୍ଧିଥିଲେ ଜୋତା। ୨ ଅଭଦ୍ର ଯୁବକଙ୍କ ଏହି କାରନାମା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଦୁଇ ଜଣ ଯୁବକ ନିଶାରେ ନଦୀ କୂଳରେ ଏକ ଶିବ ଲିଙ୍ଗରେ ବିୟର ଢାଳୁଛନ୍ତି। ଏହି ସମୟରେ ଆଉ ଜଣେ ଯୁବକ ହାତରେ ବିୟର କ୍ୟାନ୍‌ ଧରିଛନ୍ତି। ଭିଡିଓ ବ୍ୟାକ୍‌ ଗ୍ରାଉଣ୍ଡରେ ଭୋଲେ ବାବା ଗୀତ ବାଜୁଛି।

ଭିଡିଓରେ ଜଣେ ଯୁବକ ନଦୀ କୂଳରେ ଥିବା ଶିବ ଲିଙ୍ଗ ଉପରେ କ୍ୟାନ୍‌ରୁ ବିୟର ଢାଳୁଥିବା ବେଳେ ତାଙ୍କ ପାଖରେ ବସି ଆଉ ଜଣେ ଯୁବକ ମଦ ପିଉଛନ୍ତି। ଏହି ସମୟରେ ଉଭୟେ ଜୋତା ପିନ୍ଧିଥିବାର ଦେଖାଯାଇଛି। ଏହି ଭିଡିଓଙ୍କୁ ଦୁଇ ଜଣଙ୍କର ଜଣେ ସାଙ୍ଗ ସୁଟିଂ କରିଛନ୍ତି। ଏହି ଦୁଇ ଯୁବକ ଚଣ୍ଡୀଗଡ଼ର ବୋଲି ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ:

Video Credit: Bhaskar

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି। ବଜରଙ୍ଗ ଦଳ ଓ ବିଜେପି ଅଧିକାରୀ ଆଇଟି ପାର୍କ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପୋଲିସ ଏବେ ମାମଲାର ତଦନ୍ତ କରୁଛି।

ଏ ନେଇ ବଜରଙ୍ଗ ଦଳ କହିଛି, ଯଦି ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯିବ। ଏହା ମହାଦେବଙ୍କ ଅପମାନ। ଏଭଳି କରୁଥିବା ବ୍ୟକ୍ତିଙ୍କୁ କ୍ଷମା ଦେବା ଉଚିତ ନୁହେଁ। ଏଣୁ ତୁରନ୍ତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ହିନ୍ଦୁ ଦେବା ଦେବୀଙ୍କ ଅପମାନ ଆଉ ସହ୍ୟ କରାଯିବ ନାହିଁ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।

Also Read: ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ଯୁବତୀ, କିନ୍ତୁ ଏବେ ଜାଣିଲେ ସେମାନଙ୍କ ବାପା ଜଣେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.