ଆତ୍ମହତ୍ୟା ପୂର୍ବରୁ ଝିଅକୁ ଦେଇଥିଲେ ଶେଷ ମେସେଜ ‘ବାଏ’

ଭୁବନେଶ୍ୱର (କେନ୍ୟୁଜ): ଆତ୍ମହତ୍ୟା ପୂର୍ବରୁ ନିଜ ଝିଅକୁ ରାଇମୋହନ କରିଥିଲେ ଶେଷ ମେସେଜ । ମେସେଜରେ ‘ବାଏ’ ଲେଖିଥିଲେ ରାଇମୋହନ । ତେବେ ମେସେଜରେ ସେ କାହିଁକି ସେ ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ ରାଇମୋହନ । ଏବେବି ସନ୍ଦେହ ଘେରରେ ରହିଛି ଯେ, କାହିଁକି ଆତ୍ମହତ୍ୟା କଲେ ବରିଷ୍ଠ ଅଭିନେତା ରାଇମୋହନ । ଘଟଣା ପଛରେ କିଛି ପାରିବାରିକ କାରଣ ଥାଏ ବୋଲି ଅନୁମାନ କରାଯାଉଛି ।

ଆଜି ରାଇମୋହନ ପରିଡା ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ଟିମ୍ ଛାନଭିନ୍ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.