କୋଭିଡ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣା, ୨ଜଣ ଯୁବକ ଗିରଫ

କେନ୍ୟୁଜ(ବ୍ୟୁରୋ): କୋଭିଡ ଯୋଦ୍ଧାଙ୍କ ନାଁରେ ମିଛ ଖବର ଭାଇରାଲ ଘଟଣାରେ ୨ଜଣ ଯୁବକ ଗିରଫ । ଉଭୟଙ୍କୁ ଆଇପିସିର ଦଫା ୨୬୯,୨୭୦,୧୨୦B, ୫୦୫Bରେ ଗିରଫ କରିଛି କମିଶନରେଟ ପୋଲିସ । ଉଭୟଙ୍କ ବିରୋଧରେ IPCର ଧାରା ୩ରେ ମାମଲା ରୁଜୁ ହୋଇଛି । ଏବେ ଥାନାରେ ଦୁଇ ଜଣଙ୍କୁ ପଚରାଉଚରା ଚାଲିଛି ।

ଏହି ମାମଲାରେ ବିଏମସି ଘରୋଇ ନ୍ୟୁଜ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଥିଲା । ସୂଚନା ଅନୁଯାୟୀ ଏହି ଦୁଇ ବ୍ୟକ୍ତିଙ୍କ ନାମ ବିଶ୍ଵରଞ୍ଜନ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ବେହେରା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ ORTELର କର୍ମଚାରୀ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.