ସିଆରପିଏଫ୍‌ରେ ମଧ୍ୟ ଟ୍ରେନିଂ ନେଇଥିଲେ ସୁଶାନ୍ତ ସିଂହ ରାଜପୁତ, ଟ୍ରେନିଂ ବେଳର ଭିଡିଓ ହେଉଛି ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କୁ ଯିବାର ଦୁଇ ମାସ ହେଲାଣି। ତଥାପି ଫ୍ୟାନ୍‌ ଓ ତାଙ୍କ ପରିବାର ଲୋକେ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ତାଙ୍କର ଅନେକ ଥ୍ରୋ ବ୍ୟାକ୍‌ ଭିଡିଓ ଓ ଫଟୋ ସେୟାର କରି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନଥିଲେ ବରଂ ଫୁର୍ତ୍ତି ତଥା ଫିଟ୍‌ନେସ୍‌ରେ ବି ଆଗରେ ଥିଲେ। ଏହାର ପ୍ରମାଣ ଦେଉଛି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ।

Pic: Sushant Singh Rajput spends time with Jawans in Manipur

ରିପୋର୍ଟ ମୁତାବକ ଏହି ଭିଡିଓ ମଣିପୁରର। ଏଠାରେ ସୁଶାନ୍ତ ସିଆରପିଏଫ୍‌ ଯବାନଙ୍କ ଠାରୁ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ବେଶ୍‌ ଖୁସିଥିବା ନଜର ଆସିଛନ୍ତି। ଟିମ୍‌ ସୁଶାନ୍ତ ସିଂହ ରାଜପୁତ ତରଫରୁ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

@sushantsinghrajput doing and finishing training with #CRPF Jawans in Manipur #Ndtv JAI HIND 🇮🇳

A post shared by Team Sushant Singh Rajput (@team_sushant_singh_rajput) on

ସୂଚନାଯୋଗ୍ୟ ଯେ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରଥମେ ଏହି ମାମଲାକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ବର୍ତ୍ତମାନ ସିବିଆଇକୁ ଦିଆଯାଇଛି। ଏଣୁ ଖୁବ୍‌ଶୀଘ୍ର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.