Below header

ଖୋଲିବ କି ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ? ଆଜି ହେବ ଜନସ୍ୱାର୍ଥ ମାମଲାର ଶୁଣାଣି

କେନ୍ୟୁଜ(ବ୍ୟୁରୋ): ଖୋଲିବ କି ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବଦେବୀ ମନ୍ଦିର । ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ମୁଖ୍ୟ ବିଚାରପତି ଓ ଜଷ୍ଟିସ୍‌ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ୨ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ । ସାମାଜିକ ଦୂରତ୍ୱ ରକ୍ଷା କରି ମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା କରିବାକୁ ଆବେଦନ କରାଯାଇଛି । ପୁରୀର ଜଣେ ଭକ୍ତ ତ୍ରିଲୋଚନ ରଥଙ୍କ ପକ୍ଷରୁ ରୁଜୁ ଏହି ଜନସ୍ୱାର୍ଥ ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଜ୍ୟ ଆଇନ ସଚିବ, ଏସଆରସି, ଦେବୋତ୍ତର କମିଶନର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି ।

ସେହିଭଳି କାକଟପୁର ମା ମଙ୍ଗଳା ମନ୍ଦିରର ସେବାୟତ ପ୍ରକାଶ କୁମାର ପଣ୍ଡାଙ୍କ ସମେତ ୧୫ ଜଣ ସେବାୟତଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଛି । ମଙ୍ଗଳା ମନ୍ଦିରର ସେବାୟତଙ୍କୁ ମାସିକ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବାକୁ ମାମଲାରେ ଆବେଦନ ହୋଇଛି । ଏହାସହ ସାମାଜିକ ଦୂରତ୍ୱ ରକ୍ଷା କରି ମଙ୍ଗଳା ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ନିବେଦନ ହୋଇଛି ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.