ବିନା ପରୀକ୍ଷାରେ ରେଳ ବିଭାଗରେ ଚାକିରି ସୁଯୋଗ, ଦଶମ ପାସ୍‌ ପିଲା ବି କରିପାରିବେ ଆବେଦନ

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରେଲୱେରେ ଏବେ ବିନା ପରୀକ୍ଷାରେ ଦିଆଯାଉଛି ନିଯୁକ୍ତି। କରୋନା ଯୋଗୁ ରେଳ ବିଭାଗ ସମସ୍ତ ନିଯୁକ୍ତି ବିନା ପରୀକ୍ଷାରେ କରିବାକୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ ଦକ୍ଷିଣ-ପୂର୍ବ ସେଣ୍ଟ୍ରାଲ ରେଲୱେ ବିଳାସପୁର ଟ୍ରେଡ ଅପ୍‌ରେଣ୍ଟ୍ରିସ୍‌ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦ ସଂଖ୍ୟା– ୪୩୨

ଶିକ୍ଷାଗତ ଯୋଗ୍ୟତା– ୧୦ମ ଓ ଆଇଆଇଟି

Indian Railway recruitment 2020

ବୟସ ସୀମା– ୧୮ରୁ ୨୪ ବର୍ଷ

ଓବିସି ପାଇଁ ୩ ବର୍ଷ, ଏସ୍‌ସି/ଏସ୍‌ଟିଙ୍କ ପାଇଁ ୫ ବର୍ଷ ଓ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷ ଛାଡ଼ କରାଯିବ।

ଆବେଦନର ଶେଷ ତାରିଖ– ଅଗଷ୍ଟ ୩୦

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ https://apprenticeshipindia.org/ ଜରିଆରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.