ଅଚାନକ ମାଟିରେ ମିଶିଗଲା କୂଅ, ଦୃଶ୍ୟ ଦେଖି ଲୋକଙ୍କର ଉଡିଲା ହୋସ୍‌

ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏ ଭୟଙ୍କର ଦୃଶ୍ୟକୁ ଦେଖି ଆପଣ ବି କହିବେ ଏହି ୨୦୨୦ ବର୍ଷ ଆମକୁ ଆଉ କଣ କଣ ସବୁ ଦେଖାଇବ। ଆପଣ ମଣିଷଙ୍କୁ କିମ୍ବା ଜୀବଜନ୍ତୁଙ୍କୁ କୂଅରେ ବୁଡିଯିବାର ଦେଖିଥିବେ ଆଉ ଶୁଣି ବି ଥିବେ। କିନ୍ତୁ କଣ ଆପଣ କେବେ କୂଅ ବୁଡିବାର ଶୁଣିଛନ୍ତି?

ଆଜ୍ଞା ହଁ, ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ଅଚାନକ ମାଟି ତଳେ ପଶିଗଲା। ଆଉ ମାତ୍ର କିଛି ସମୟ ମଧ୍ୟରେ ସେହି ସ୍ଥାନରେ କୂଅଟିର ଚିହ୍ନ ବର୍ଣ୍ଣ ହିଁ ରହିଲାନାହିଁ। ଆଉ ଏହି ଘଟଣାକୁ ଯିଏ ବି ଦେଖିଲେ ତାଙ୍କର ଏକଦମ୍‌ ହୋସ୍‌ ହିଁ ଉଡିଗଲା। ସେଠାରେ ଥିବା କିଛି ଲୋକ ତ ଏହି ପୂରା ଘଟଣାର ଭିଡିଓ କରିବାରେ ଲାଗିଲେ। ତେବେ ଏବେ କିନ୍ତୁ ଏହି ଭିଡିଓକୁ ଆଇଏଏସ୍‌ ଅଫିସର ଅବନିସ୍‌ ଶରନ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ତେବେ ଆପଣ ଦେଖିପାରୁଥିବେ ଯେ ରାସ୍ତା ପାର୍ଶ୍ୱରେ ଗୋଟେ କୂଅଟି ଅଛି। ଆଉ ବର୍ଷା ପାଣିରେ ଓଦା ହୋଇରହିଥିବା ମାଟି ହଠାତ୍‌ ତଳକୁ ଧଷିବାକୁ ଲାଗିଲା ଆଉ କୂଅଟି ତଳକୁ ଦବିବାରେ ଲାଗିଲା। ଚାହୁଁ ଚାହୁଁ ମାତ୍ର କିଛି ସମୟ ମଧ୍ୟରେ କୂଅଟି ମାଟିରେ ମିଶିଗଲା। ଆଉ ଦୃଶ୍ୟ ଯିଏ କେହି ବି ଦେଖୁଥିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ତେବେ ଏହିଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବା ପରେ ଲାଗୁଛି ଏହି ୨୦୨୦ ବର୍ଷ ଆଗକୁ ଆଉ କଣ କଣ ଏମିତି ଦୃଶ୍ୟ ଦେଖାଇବ ତାହା କାହାକୁ ଜଣାନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.