ବାଲେଶ୍ୱର : ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

ବାଲେଶ୍ୱର(କେନ୍ୟୁଜ୍) : ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ କଏଦୀଙ୍କ ଆକ୍ରମଣରେ ଅନ୍ୟ ଜଣେ କଏଦୀର ମୃତ୍ୟୁ ହୋଇଛି । ମୃତ କଏଦୀ ହେଉଛନ୍ତି ରାମଚନ୍ଦ୍ର ଦାସ । କଏଦୀ ଶରତ ଗିରିଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।