କେଉଁଠୁ ଆସିଲା କଙ୍କାଳ? କିଏ କହୁଛି ଛୁଆର ତ କିଏ କହୁଛି ମାଙ୍କଡର

ମୁଣ୍ଡ ୨ଟା, ହାତ ଗୋଡ, ଆଉ କଙ୍କାଳ । ତାହା ପୁଣି ନିର୍ମାଣାଧୀନ ପାଣି ଟାଙ୍କି ଭିତରେ । ଏଭଳି ଏକ ଖବର ଏବେ ସମଗ୍ର ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଙ୍କାଳ ପୁଣି ଦୁଇ ଦୁଇଟା । ତାହା ପୁଣି ପାଣି ଟାଙ୍କି ଭିତରୁ । ଏଇ କଥା ଯିବ ଶୁଣିବ ଭୟଭିତ ହୋଇଯିବ ।

ଯାଜପୁର ଟାଉନ(କେନ୍ୟୁଜ) : ମୁଣ୍ଡ ୨ଟା, ହାତ ଗୋଡ, ଆଉ କଙ୍କାଳ । ତାହା ପୁଣି ନିର୍ମାଣାଧୀନ ପାଣି ଟାଙ୍କି ଭିତରେ । ଏଭଳି ଏକ ଖବର ଏବେ ସମଗ୍ର ଯାଜପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଙ୍କାଳ ପୁଣି ଦୁଇ ଦୁଇଟା । ତାହା ପୁଣି ପାଣି ଟାଙ୍କି ଭିତରୁ । ଏଇ କଥା ଯିବ ଶୁଣିବ ଭୟଭିତ ହୋଇଯିବ ।

ତେବେ ନିର୍ମାଣାଧୀନ ପାଣି ଟାଙ୍କି ଭିତରେ ଏହି କଙ୍କାଳ ଦେଖିବା ପରେ ତାହାକୁ ଉଦ୍ଧାର କରାଯାଇଛି । ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁ ରେ ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଧରିଛି। ଏହି କଙ୍କାଳ ମଣିଷ ର କିମ୍ବା କୌଣସି ପଶୁଙ୍କର ତାହା ଏନେଇ ଜଣାପଡି ନଥିବାବେଳେ କୌଣସି ଛୋଟ ଛୁଆଙ୍କ କଳାଙ୍କ ହୋଇଥାଇପାରେ ବୋଲି କୁହାଯାଉଛି ।

ଏନେଇ ଗତକାଲି ଖବର ପ୍ରଚାରିତ ହେବା ପରେ ଆଖ ପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଖବର ପାଇ ଯାଜପୁର ଏସ ପି ଭିନିତ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ନିଜେ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ ଟିମ୍ ମଧ୍ୟ ପହଂଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବାହିନୀ ସହାୟତାରେ ଦୁଇଟି କଙ୍କାଳକୁ ପାଣି ଟାଙ୍କି ଭିତରୁ ଉଦ୍ଧାର କରାଯାଇଛି।

ଏହାର ନମୁନା ଯାଞ୍ଚ ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ଏସ ପି କହିଛନ୍ତି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ଖେଳାଇ ଦେଇଛି। କଙ୍କାଳର ରୂପରେଖ ଦେଖି ନର କଙ୍କାଳ ବୋଲି ସାଧାରଣରେ କଥାବାର୍ତ୍ତା ଚାଲିଛି। ସେପଟେ ଉଭୟ କଙ୍କାଲକୁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ପୋଲିସ୍।

ତେବେ ଏତେ ଉଚ୍ଚ ପାଣି ଟାଙ୍କି ଭିତରେ କେମିତି କେଉଁ ପରିସ୍ଥିତିରେ ଆସିଲା ଦୁଇ ଦୁଇଟା କଙ୍କାଳ । ଯଦି ଏହା ମଣିଷ କଙ୍କାଳ ତେବେ କାହାର? କେତେ ଦିନ ତଳର ଏହି ଘଟଣା? କିଏ ଆଣି ଏଠାରେ ଏମିତି କଙ୍କାଳ ପକାଇଛି? ନା କହାକୁ ମାରିଦେଇ ଏଠାରେ ପିଙ୍ଗିଦିଆଯାଇଥିଲା? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ ଘଟଣାର ଉଚିତ୍ ତଦନ୍ତ ପରେ ହିଁ ସତ କଣ ସାମ୍ନାକୁ ଆସିବ।

 

 

 

Leave A Reply

Your email address will not be published.