ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ପ୍ରାତଃ ଭୋଜନରେ ପରଷା ଯାଇଛି ଏହି ସବୁ ଖାଣ୍ଟି ଓଡ଼ିଆ ଖାଦ୍ୟ

ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ପ୍ରାତଃ ଭୋଜନ ପାଇଁ ହୋଇଛି ସତନ୍ତ୍ର ବ୍ୟବସ୍ଥା ।

ମୟୂରଭଞ୍ଜ (କେନ୍ୟୁଜ): ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରିବାର ଲୋକଙ୍କ ସହ ରାଇରଙ୍ଗପୁରରେ ରାତ୍ରିଯାପନ କରିଥିଲେ। ଗତକାଲି ରାତିରେ ମହୁଲଡ଼ିହା ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ । ଏଠାରେ ମହାମହିମ ରାତ୍ରି ଭୋଜନରେ ପରିବା ସୁପ , ବନ୍ଧାକୋବି ତରକାରୀ , ଡାଲମା, ୨ ପ୍ରକାର ରୁଟି (ଯାଉ ଆଉ ଅଟା ରୁଟି), ଖୁଦ ଭାତ (ବ୍ରାଉନ ରାଇସ), ସାଦା ଭାତ , ସାଲାଡ଼ , ଦହି, ମିଠା ଦହି, ମଲାଈ କୋପ୍ତା, ମୁଗ ଡାଲି ହାଲୁଆ ଆଦି ଖାଇଥିଲେ। ସେହିପରି ପ୍ରାତଃ ଭୋଜନରେ ଫଳ , ଫଳଜୁସ , ଇଡ଼ିଲି , ମସଲା ଦୋସା, ଉତ୍ତପମ , ସମ୍ବର ଚଟଣୀ , ନଡ଼ିଆ ଚଟଣୀ , ସଦା ଦହି, ମିଠା ଦହି ଆଉ ଚା ଆଦି ଭୋଜନ ଗ୍ରହଣ କରିଛନ୍ତି ।

ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ଶ୍ୱଶୁର ଘର ଗାଁରେ ପହଞ୍ଚିବା ପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିବେ । ପରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ଏହା ପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ।

ବାଦାମପାହାଡ-ଟାଟାନଗର ମେମୁ, ବାଦାମପାହାଡ-ରାଉରଲେକା ସାପ୍ତାହିକ ଏକ୍ସପ୍ରେସ ଓ ବାଦାମପାହାଡ-ଶାଲିମାର ସାପ୍ତାହିକ ଏକ୍ସପ୍ରେସର ପତାକା ଦେଖାଇ ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ବାଦାମପାହାଡ ରେଲୱେ ଷ୍ଟେସନର ପୁର୍ନବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ବାଦାମପାହାଡରୁ ଟ୍ରେନ୍ ଯୋଗେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ, ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିବେ । ମୟୂରଭଞ୍ଜ ଗସ୍ତ ସାରି ଅପରାହଣରେ ସମ୍ବଲପୁର ଅଭିମୁଖେ ଯିବେ ମହାମହିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.