କମ୍ପିବ କଳିଙ୍ଗ ଷ୍ଟାଡିୟମ୍: ଆଜି ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-କତାର

କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ଭାରତ-କତାର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳାଯିବ।

ଭୁବନେଶ୍ବର (କେନ୍ୟୁଜ): କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ଭାରତ-କତାର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳାଯିବ। ଏହି ମ୍ୟାଚଟି ଭାରତ ଲାଗି ଖୁବ ଗୁରୁତ୍ବପୂର୍ଣ୍ଣ। ସୁନୀଲ ଛେତ୍ରିଙ୍କ ନେତୃତ୍ବରେ କଳିଙ୍ଗରେ କମାଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ । ବିଜୟ ଅଭିଯାନ ଜାରି ରଖିବାକୁ ରଣନୀତି କରିଛି ।

କଳିଙ୍ଗ ଷ୍ଟାଡିୟମରେ ଝାଳବୁହା ଅଭ୍ୟାସ କରିଛି ଭାରତୀୟ ଟିମ୍ । ବିଜୟରୁ ଫୁଟବଲ୍ କ୍ବାଲିଫାୟାର ଅଭିଯାନ ଆରମ୍ଭ କରିଥିଲା ଭାରତ । ଗ୍ରୁପ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ କ୍ବେତକୁ ୧-୦ରେ ହରାଇଥିଲା । ଭାରତ ସହ ଗୋଟିଏ ଗ୍ରୁପରେ ଅଛନ୍ତି କ୍ବେତ, କତାର ଓ ଆଫଗାନିସ୍ତାନ । ଆଜିର ମ୍ୟାଚକୁ ନେଇ ଫୁଟବଲ ପ୍ରେମୀଙ୍କ ଭିତରେ ଉତ୍ସାହ ଭରି ରହିଛି । ୨୦୧୯ରେ ଉଭୟ ଦେଶ ମଧ୍ୟରେ ହୋଇତିବା ମୁକାବିଲା ୦-୦ ଗୋଲରେ ଅମୀମାଂସିତ ରହିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.