ଓଡ଼ିଶା ଭିଜିଲାନ୍ସରେ ପ୍ରଥମ ଘଟଣା: ଫୋନ୍ ପେ’ରେ ଲାଞ୍ଚ ନେଇ ଦୁଇ ଟିପିସିଓଡିଏଲ ଅଧିକାରୀ ଗିରଫ

ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚ ନେଇ ଗିରଫ ହେଲେ TPCODLର ଜଣେ ଅଧିକାରୀ। TPCODL ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରିଛି ଟିମ୍‌। ଫୋନ୍‌ ପେ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଭୁବନେଶ୍ୱର(କେନ୍ୟୁଜ): ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଲଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚ ନେଇ ଗିରଫ ହେଲେ TPCODLର ଜଣେ ଅଧିକାରୀ। TPCODL ଅଧିକାରୀ ତରୁଣ ନାୟକ ଏବଂ ଶୈଳଜା ମୁଦୁଲିଙ୍କୁ ଗିରଫ କରିଛି ଟିମ୍‌। ଫୋନ୍‌ ପେ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତରୁଣ ନାୟକ ନିଜେ ନମ୍ବର ନୁହେଁ ବରଂ ଶୈଳଜା ମୁଦୁଲିଙ୍କ ଫୋନ ପେ ନମ୍ବରରେ ଟଙ୍କା ନେଉଥିଲେ।

ଏ ନେଇ ଖବର ପାଇବା ପରେ ପ୍ରାଥମିକ ତଦନ୍ତ କରିଥିଲା ଟିମ୍‌ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। କେବଳ ଏଇ ଗୋଟିଏ କେସ ନୁହେଁ, ଏମିତି ଅନେକ ଲୋକଙ୍କ ଠାରୁ ତରୁଣ ଅର୍ଥ ନେଇଛନ୍ତି । ଆଉ ମୋହରା କରିଛନ୍ତି ଶୈଳଜାଙ୍କ ୁ। ଫୋନ୍‌ ପେ’ରେ ଲାଞ୍ଚ ନେଇ ଗିରଫ ହେବା ଏହା ଓଡ଼ିଶା ଭିଜିଲାନ୍ସରେ ପ୍ରଥମ ଘଟଣା।

ଅଭିଯୋଗକାରୀଙ୍କ କହିବାନୁସାରେ, ବିଦ୍ୟୁତ୍ ସଂଯୋଗ ପାଇଁ ତରୁଣ ନାୟକଙ୍କ ସହ ଯୋଗାଯୋଗ କରିବାରୁ ଅଧିକାରୀ ଜଣଙ୍କ PhonePe ମାଧ୍ୟମରେ ଲାଞ୍ଚ ପ୍ରଦାନ କରିବାକୁ ଜିଦ୍ ଧରିଥିଲେ। ଏବଂ ଏହାପରେ ବିଦ୍ୟୁତ ସଂଯୋଗ ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସକୁ ଖବର ଦେଇଥିଲେ ଏବଂ ତାଙ୍କ ସହଯୋଗୀ ଶୈଳଜା ମୁଦୁଲିଙ୍କୁ PhonePe ନମ୍ବରରେ ଲାଞ୍ଚ ଦେଇଥିଲେ। ଏହାପରେ ଅଭିଯୋଗ ପତ୍ର ଆଧାରରେ ଭିଜିଲାନ୍ସ ଟିମ୍ ତରୁଣ ରଞ୍ଜନ ନାୟକଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ଅଧିକ ତଦନ୍ତ ଚଳାଇଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.