ଟ୍ରେନ୍‌ ଆଗକୁ ଡେଇଁ ଯୁବକ-ଯୁବତୀ ଜୀବନ ହାରିବା ଘଟଣା ! ପୋଲିସ୍‌ର ତନାଘନା ଆରମ୍ଭ

ଟ୍ରେନ୍‌ ଆଗକୁ ଡେଇଁ ଯୁବକ-ଯୁବତୀଙ୍କ ଜୀବନ ହାରିବା ଅଭିଯୋଗ । କାହିଁକି ଏପରି କଲେ ତନାଘନା କରୁଛି ରେଳବାଇ ଥାନା ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଥିଲା ।

ପୁରୀ (କେନ୍ୟୁଜ): ପୁରୀରେ ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । କାହିଁକି ଜୀବନ ହାରିଲେ ତନାଘନା ତଦନ୍ତ କରୁଛି ରେଳବାଇ ଥାନା ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଥିଲା । ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରୁ ଉଦ୍ଧାର ହୋଇଥିଲା ମୃତଦେହ । ଦୁଇ ମୃତକ ହେଲେ ତୃପ୍ତିମୟୀ ସାହୁ ଓ ଯତୀନ ଶେଖର ପାଢ଼ୀ ।

ସେମାନଙ୍କ ଘର କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳରେ । ତୃପ୍ତୀ ଜଣକ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ଶିଶୁ ମଧ୍ୟ ଥିବା ଜଣାପଡିଛି । ତୃପ୍ତିଙ୍କ ସ୍ବାମୀ ଓ ମୃତ ଯତୀନ ଦୁହେଁ ସାଙ୍ଗ ଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଉଭୟ ଯୁବକ ଯୁବତୀ ଫେରାର ଥିବା କୁହାଯାଉଛି । ଗତକାଲି ଘଟଣାସ୍ଥଳରୁ ମିଳିଥିଲା ଆଧାର କାର୍ଡ, ଭୋଟ୍ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ । ତେବେ ସେମାନେ କାହିଁକି ଆତ୍ମହତ୍ୟା କଲେ ? କଣ ହୋଇଥାଇପାରେ କାରଣ ? ଏଦିଗରେ ଜିଆରପି ତଦନ୍ତ କରୁଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.