କମ୍ପାନୀର ୧୨ହଜାର ଟଙ୍କିଆ ଚାକିରି ଛାଡ଼ି କଲେ ଚାଷ କାମ, ନେଟ ହାଉସ ଟେକ୍ନୋଲୋଜିରେ ଚାଷ କରି ହୋଇଗଲେ କୋଟିପତି

କୋଟିପତି ଚାଷୀ । ଚାଷ ଏହି ବ୍ୟକ୍ତିଙ୍କୁ ଦେଇଛି ଏକ ନୂଆ ପରିଚୟ । ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ

କୋଟିପତି ଚାଷୀ । ଚାଷ ଏହି ବ୍ୟକ୍ତିଙ୍କୁ ଦେଇଛି ଏକ ନୂଆ ପରିଚୟ । ସମସ୍ତେ ଲକ୍ଷପତି ବନୁଥିବାବେଳେ ଏହି ବ୍ୟକ୍ତି ଜଣଙ୍କ ଚାଷ କରି କୋଟିପତି ହୋଇଯାଇଛନ୍ତି । ଯାହାଙ୍କ ସଫଳତା ଏବେ ସବୁଠି ଚର୍ଚ୍ଚା ଧରିଛି । ନେଟ ହାଉସ ରେ ଚାଷ କରି ହେଲେ କୋଟିପତି । ସାରା ଦେଶ ଏବେ ତାଙ୍କ ସଫଳତା ର କାହାଣୀ ପଛରେ ..ପରିଶ୍ରମ ଯେବେ ସଫଳତାର ରୂପ ନିଏ ସେ ଖୁସିକୁ ବର୍ଣ୍ଣନା କରିବା ଏତେ ସହଜ ହୋଇନଥାଏ । ରୋଜଗାର କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ି଼ଥାଏ । କାହାକୁ ଭଲ ଚାକିରି ମିଳିଲେ ସେ ସେଥିରେ ନିଜ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖେ ତ ଅନ୍ୟ କିଏ ବେପାର କରି ନିଜ ପରିବାର ଚଳାଏ । ସମସ୍ତଙ୍କର ଇଚ୍ଛା ତ ଥାଏ ଧନୀ ହୋଇ ନିଜ ର ସବୁ ସ୍ୱପ୍ନକୁ ପୁରା କରି ସୁଖୀ ରେ ବଂଚିବା । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ତାହା ନଥାଏ । ଆଉ ଯେତେବେଳେ ପରିଶ୍ରମ ସହ ଭାଗ୍ୟ ବି ଆପଣଙ୍କର ସାଥ ଦେବ ସେତେବେଳେ ସଫଳତା ପାଇବାକୁ ବେଶୀ ସମୟ ଲାଗେ ନାହିଁ । ଏଇ ଯେମିତି ଏହି ବ୍ୟକ୍ତି ଙ୍କ ସହ ହୋଇଛି । କମ୍ପାନୀ ରେ ଚାକିରି କରି ମାସ କୁ ମାସ ଦରମା ପାଉଥିଲେ । କିନ୍ତୁ ସେତିକି ଦରମା ତାଙ୍କ ପରିଶ୍ରମ ପାଇଁ ସଠିକ ନଥିଲା । ଶେଷରେ ୧୨ହଜାର ଟଙ୍କିଆ ଚାକିରି ଛାଡ଼ି ଘରକୁ ଆସି ଚାଷ କଲେ । ଆଉ ଚାଷ ରେ ତାଙ୍କୁ ଏତେ ସଫଳତା ମିଳିଲା ଏବେ ସେ କୋଟିପତି ।

ପ୍ରାୟତଃ ଲୋକମାନଙ୍କ ମନରେ ଧାରଣା ରହିଛି ଯେ, ଚାଷୀ ମାନେ କେବଳ ସୋରିଷ, ଗହମ ଏବଂ ଡାଲି ଜାତୀୟ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ବର୍ତ୍ତମାନ ଆଧୁନିକ ପଦ୍ଧତି ବ୍ୟବହାର କରି ନର୍ସରୀ ପ୍ରସ୍ତୁତ କରୁଛନ୍ତି । ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ଅନେକ କୃଷକ ଚାଷ ସହ ନର୍ସରୀ ବ୍ୟବସାୟ ମାଧ୍ୟମରେ ଲକ୍ଷପତି ହୋଇଛନ୍ତି । ସେହିପରି ଜଣେ ସଫଳ ଚାଷୀଙ୍କ ନାଁ ହେଉଛି ଓମ ପ୍ରକାଶ ପାଟିଦାର । ଓମ ପ୍ରକାଶଙ୍କୁ ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାର ଧନୀ ଚାଷୀଙ୍କ ମଧ୍ୟରେ ଗଣାଯାଉଛି। ସେ ଚାଷ କରି ଆଜି କୋଟିପତି ହୋଇଛନ୍ତି ।

ଚାଷୀ ଓମ ପ୍ରକାଶ ପାଟିଦାର ମଧ୍ୟପ୍ରଦେଶର ଖାର୍ଗୋନ ସ୍ଥିତ ନନ୍ଦ୍ରା ଗାଁରେ ରୁହନ୍ତି । ଚାଷ ଆରମ୍ଭ ପୂର୍ବରୁ ଓମ ପ୍ରକାଶ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଦରମା ମାସକୁ ମାତ୍ର ୧୨ ହଜାର ଟଙ୍କା ଥିଲା। ସେହି ଦରମାରେ ନିଜେ ଚଳିବା ସହିତ ପାରିବାରିକ ଖର୍ଚ୍ଚ କରିବା ସମ୍ଭବ ହୋଇପାରିଲା ନାହିଁ । ଏପରି ପରିସ୍ଥିତିରେ ସେ ଅଧିକ ଲାଭ ଆଶାରେ ଏକ ବଗିଚା ବା ନର୍ସରୀ ଆରମ୍ଭ କରିଥିଲେ । ଆଜି ସେ ପଲି ହାଉସ୍ ଭିତରେ ସବୁଜ ପନିପରିବା ତଥା ବିଭିନ୍ନ ପ୍ରକାରର ଫସଲ ଲଗାଇଛନ୍ତି । ସେଥିରେ ବେଶ୍ ସଫଳତା ମିଳିଛି । ଗୋଟିଏ ଋତୁରେ ଲକ୍ଷ ଲକ୍ଷ ଟଙ୍କା ହାତକୁ ଆସିବା ପରେ ଓମ ପ୍ରକାଶ ଉକ୍ତ ନର୍ସରୀକୁ ଅଧିକ ବଢାଇଲେ । ଓମ ପ୍ରକାଶ ନିଜେ ସ୍ୱାବଲମ୍ୱୀ ହେବା ସହିତ ସ୍ଥାନୀୟ ଅଞ୍ଚଳର ପାଖାପାଖି ୪୦ ଜଣଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ପ୍ରତିଦିନ ଶ୍ରମିକମାନେ ତାଙ୍କ ନର୍ସରୀର ଯତ୍ନ ନିଅନ୍ତି ।

ଓମ୍ ପ୍ରକାଶଙ୍କ କହିବା ଅନୁଯାୟୀ, ତାଙ୍କ ବାପା ପାରମ୍ପାରିକ ପଦ୍ଧତିରେ ଚାଷ କରୁଥିଲେ । ସେଥିପାଇଁ ଚାଷ କାର୍ଯ୍ୟରୁ ଘର ସିନା ଚଳିଯାଉଥିଲା କିନ୍ତୁ ଭଲ ଆୟ ହୋଇପାରୁନଥିଲା । କିନ୍ତୁ ଯେତେବେଳେ ଓମ ପ୍ରକାଶ ଆଧୁନିକ ପଦ୍ଧତି ରେ ନର୍ସରୀ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ଭଲ ଲାଭ ହେବାରେ ଲାଗିଲା । ପ୍ରଥମେ ସେ ଚାରି ହଜାର ବର୍ଗ ମିଟରରେ ଏକ ପଲି ହାଉସ୍ ନିର୍ମାଣ କଲେ । ପରେ ତାହାକୁ ପ୍ରସ୍ତୁତ କରି ବିଭିନ୍ନ ପ୍ରକାରର ପନିପରିବା ଲଗାଇଲେ । କିଛି ଦିନ ମଧ୍ୟରେ ଆୟ ବଢିବାକୁ ଲାଗିଲା । ବର୍ତ୍ତମାନ ସେ ଶେଡନେଟ୍ ହାଉସ୍ କୌଶଳ ବ୍ୟବହାର କରି ସାଢେ ଚାରି ଏକର ଜମିରେ ଚାଷ କରୁଛନ୍ତି ।

ଏହି ଖାସ ହାଉସରେ ସେମାନେ ବର୍ଷକୁ ଚାରିଥର ଋତୁ ମୁତାବକ ବିଭିନ୍ନ ପନିପରିବା ଗଛ ପ୍ରସ୍ତୁତ କରନ୍ତି । ଓମ ପ୍ରକାଶ ପ୍ରତ୍ୟେକ ଋତୁରେ ବିଭିନ୍ନ ପ୍ରକାରର ଚାରା ବିକ୍ରି କରି ୨୫ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏହି ଉପାୟରେ ସେ ଶେଡନେଟ ବା ନେଟ ହାଉସ ଟେକ୍ନୋଲୋଜି ଜରିଆରେ ଗଛ ବିକ୍ରି କରି ବର୍ଷକୁ କୋଟିଏ ଟଙ୍କା ରୋଜଗାର କରିପାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.