Below header

ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଘେରିଲେ ହିତାଧିକାରୀ , ଆବେଦନ ପରେ ବି ମିଳୁନି ଉଜ୍ୱଳା ଯୋଜନାରେ ଗ୍ୟାସ

ଭଦ୍ରକ(କେନ୍ଯୁଜ୍) : ଆବେଦନ ପରେ ବି ମିଳୁନି ଉଜ୍ୱଳା ଯୋଜନାରେ ଗ୍ୟାସ । ଏପରି ଅଭିଯୋଗ ଆସିଛି ଭଦ୍ରକ ଚାନ୍ଦବାଲି ବ୍ଳକ୍‌ ମାଧପୁର ପଂଚାୟତରୁ । ଫଳରେ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଘେରିଛନ୍ତି ହିତାଧିକାରୀ । ଗତକାଲି ଉଜ୍ୱଳା ଯୋଜନା ବାବଦରେ ସଚେତନ କରାଇବାକୁ ଆସିଥିବା ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ମାଧପୁରଠାରେ ଘେରିଥିଲେ ହିତାଧିକାରୀ।

ujjalaତିହିଡି ଅରୂପାନନ୍ଦ ଗ୍ୟାସ ଏଜେନ୍ସିରେ ଗ୍ୟାସ ପାଇଁ ଆବେଦନ କରିଥିଲେ ମଧ୍ୟ ଗ୍ୟାସ ମିଳୁନଥିବା ଅଭିଯୋଗ କରିଥିଲେ । ହିତାଧିକାରୀଙ୍କ ଗ୍ୟାସ ଉଠାଇ ଚୋରାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଗତକାଲି ମାଧପୁର ପଂଚାୟତରେ ଉଜ୍ୱଳା ଗ୍ୟାସକୁ ନେଇ ଏକ ସଚେତନତା ସଭା ଚାଲିଥିଲା । ଏହି ସମୟରେ ଉପସ୍ଥିତ ଥିଲେ ବହୁ ମହିଳା ଓ ପୁରୁଷ । ତେବେ ଲିଖିତ ରିପୋର୍ଟ କଲେ ତଦନ୍ତ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.