କରବାଚୌଥରେ ଭାଇରାଲ ହେଲା ସପନା ଚୌଧୁରୀଙ୍କ ଭିଡ଼ିଓ , ଏବେ ଯାଏଁ ଦେଖିଲେ ପ୍ରାୟ ୯କୋଟି ଦର୍ଶକ

ମୁମ୍ବାଇ : କରବାଚୌଥର ଅବସରରେ ହରିୟାଣାର ପ୍ରସିଦ୍ଧ ଡ଼୍ୟାନ୍ସର ଏବଂ ବିଗ୍ ବସ୍ ୧୧ର ପ୍ରତିଯୋଗୀ ସପନା ଚୌଧୁରୀଙ୍କ ଗୀତ ଧୁମ ମଚାଉଛି। ଗୀତଟି ଏବେ ରିଲିଜ୍ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ୯ କୋଟି ଲୋକ ଦେଖିସାରିଲେଣି। ଏହା ଏକ ହରିୟାଣବି ଗୀତ, ଯାହାର ବୋଲ ରହିଛି “ମେରା ଚାନ୍ଦଟ୍ଟ.”। ଗୀତର ଭିଡ଼ିଓରେ ସପନା ଜଣେ ନବ ବିବାହିତା ଭଳି ଦେଖାଯାଉଛନ୍ତି। ତାଙ୍କ ସହିତ ଏଥିରେ ନଜର ଆସିଛନ୍ତି ନବୀନ ନାରୁ ଏବଂ ଗୀତଟିକୁ ଗାଇଛନ୍ତି ରାଜ ମବାର।

ତେବେ ଆପଣଙ୍କୁ କହିବା ପାଇଁ ଚାହିଁବୁ ସପନାଙ୍କ ଲୋକପ୍ରିୟତା ଏବେ କେବଳ ହରିୟାଣା ଯାଏଁ ସୀମିତ ରହିନାହିଁ। ସେ ତାଙ୍କ ଡ଼୍ୟାନ୍ସର ଜଲୱା ବଲିଉଡ଼ରେ ମଧ୍ୟ ଦେଖାଇ ସାରିଲେଣି। ଏହି ମଧ୍ୟରେ ତାଙ୍କର ୨-୩ଟି ବଲିଉଡ଼ ଆଇଟମ୍ ନମ୍ବର ମଧ୍ୟ ଆସିସାରିଛି। ତେବେ ରିଆଲିଟି ସୋ ବିଗ ବସ୍ ପରେ ସପନାଙ୍କ ଲୋକପ୍ରିୟତା ବହୁ ମାତ୍ରାରେ ବଢ଼ିଯାଇଛି। ଏପରିକି ଖୁବ ଶୀଘ୍ର ସେ ଦୋସ୍ତିକି ସାଇଡ଼ ଇଫେକ୍ଟ ନାମକ ଏକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି।