ପୁରୀ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ପୁରୀ(କେନ୍ୟୁଜ୍) : ପୁରୀ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ।ମୃତକ ହେଉଛନ୍ତି କଣାସ ଚାନ୍ଦପଡ଼ାର ବଳଜିତପୁରର ବିଶ୍ଵନାଥ ବଳିୟାରସିଂହ।ଏକ ହତ୍ୟା ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ।ଆଜି ଜେଲ ପରିସରରେ ଥିବା ଧ୍ୟାନ କେନ୍ଦ୍ରରେ ଧ୍ୟାନ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।