ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ କଏଦୀ

ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ କଏଦୀ । ଦୁଷ୍କର୍ମ ମାମଲାରେ ବନ୍ଦୀ ଜଣକ କୋର୍ଟରେ ହାଜର ହେବାକୁ ଆସିଥିଲେ । ହେଲେ ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେେ କଏଦୀ।

ଝାରସୁଗୁଡା(କେନ୍ୟୁଜ୍‌): ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁଲେ କଏଦୀ । ଦୁଷ୍କର୍ମ ମାମଲାରେ ବନ୍ଦୀ ଜଣକ କୋର୍ଟରେ ହାଜର ହେବାକୁ ଆସିଥିଲେ । ହେଲେ ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦୁଇ ମହଲାରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେେ କଏଦୀ। ଏନେଇ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ।

ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ ଅଦାଲତର ୨ୟ ମହଲାରୁ ଜଣେ ଅଭିଯୁକ୍ତ ପାଟିତୁଣ୍ଡ କରିବା ସହ ତଳକୁ ଡେଇଁ ପଡିଛନ୍ତି । ଯାହାର ଭିଡ଼ିଓ ସାମ୍ନାକୁ ଆସିଛି । ଗତ ନଭେମ୍ବର ୨୦୨୩ ପୋକ୍ସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ଆଜି ତାର ଶୁଣାଣି ରହିଥିବାରୁ କୋର୍ଟ ଭ୍ୟାନରେ କୋର୍ଟକୁ ଆସିଥିଲା । କୋର୍ଟ ପ୍ରକ୍ରିୟା ଚାଲୁଥିବା ବେଳେ କୋର୍ଟର ଦ୍ଵିତୀୟ ମହଲାରୁ ତଳକୁ ଡେଇଁ ଆହତ ହୋଇଥିଲେ । ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.