ରାତିରେ ନିଦ ହେଉନି କି, ତେବେ କରନ୍ତୁ ଏହି ଉପାୟ ବିନା ମେଡିସିନରେ ଭଲ କାମ ଦେବ

ଯଦି ଆପଣ ରାତିରେ ନିଦ ନ ହେବା ସମସ୍ୟାରେ ପୀଡିତ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଏଥିପାଇଁ ଆପଣ ରାତିରେ ମେଡିସିନ୍ ନ ଖାଇ ବି କିଛି ଉପାୟକୁ ଆପଣାଇପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ନିୟମ ।

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ନିଦ ହୁଏ ନାହିଁ । ସେଥିପାଇଁ ସେମାନେ ଯେତେବି ପ୍ରକାର ଚେଷ୍ଟା କରନ୍ତି ତଥାପି ସଫଳ ହୁଅନ୍ତିନାହିଁ । ଯଦି ଆପଣ ରାତିରେ ନିଦ ନ ହେବା ସମସ୍ୟାରେ ପୀଡିତ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଏଥିପାଇଁ ଆପଣ ରାତିରେ ମେଡିସିନ୍ ନ ଖାଇ ବି କିଛି ଉପାୟକୁ ଆପଣାଇପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ନିୟମ ।
ପ୍ରତିଦିନ ଏପରି ଦିନଚର୍ଯ୍ୟା ପାଳନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଏହା ଅନୁଭବ ହେବ କି ଶୋଇବାର ସମୟ ଆସିଗଲା । ଏଥିପାଇଁ ପ୍ରତିଦିନ ଏକ ଧାର୍ଯ୍ୟ କ୍ରମରେ ବିଭିନ୍ନ ଗତିବିଧି ପାଳନ କରିବା ଜରୁରୀ ।

ମାନସିକ ଚାପ ଓ ଚିନ୍ତା କାରଣରୁ ଆପଣଙ୍କୁ ନିଦ ହେଉ ନ ଥିଲେ ଆପଣଙ୍କ ଲାଗି ପ୍ରାଣାୟମ ବିଶେଷ ଉପଯୋଗୀ ହେବ । ବିଛଣାରେ ଶୋଇ ଆପଣଙ୍କ ଜିଭକୁ ଆରାମ ଦିଅନ୍ତୁ ଓ ଏହାକୁ ଆପଣଙ୍କ ପାଟିର ତଳ ଭାଗରେ ସ୍ପର୍ଶ କରାନ୍ତୁ । ଏବେ ୪ ସେକେଣ୍ଡ ଲାଗି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ । ଏହାପରେ ୭ ସେକେଣ୍ଡ ଲାଗି ନିଃଶ୍ୱାସକୁ ଅଟକାନ୍ତୁ । ଶେଷରେ ୮ ସେକେଣ୍ଡ ଲାଗି ଧୀରେ ଧୀରେ ନିଃଶ୍ୱାସ ଛାଡନ୍ତୁ । ଏହାକୁ ସେ ପର୍ଯ୍ୟନ୍ତ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କୁ ନିଦ ନ ଆସିଛି ।
ଶୋଇବାର ଏକ ଘଣ୍ଟା ପୂର୍ବରୁ ଟିଭି, ମୋବାଇଲ୍ କିମ୍ବା କମ୍ପ୍ୟୁଟର ଦେଖନ୍ତୁ ନାହିଁ ।

ଅତି କମ୍‌ରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଟିଭି, ମୋବାଇଲ୍ କିମ୍ବା କମ୍ପ୍ୟୁଟର ଦେଖନ୍ତୁ ନାହିଁ । କାରଣ ଏହାର ସ୍କ୍ରିନରୁ ଆସୁଥିବା ନୀଳ ଆଲୋକ ଆପଣଙ୍କ ଶରୀରରେ ମେଲାଟୋନିନ ହରମୋନ୍ ଉତ୍ପାଦନ କମ୍ କରିଦିଏ । ଏହି ହରମୋନ୍ ନିଦ ଆସିବାରେ ସହାୟକ ହୋଇଥାଏ ।

ମସ୍ତିଷ୍କକୁ କୌଣସି ଚିନ୍ତାରୁ ମୁକ୍ତ ରଖିବା ଓ ଶରୀରକୁ ଆରାମ ଦେବା ପାଇଁ କିଛି ଲେଖିବା ଠାରୁ ଭଲ ଉପାୟ ଆଉ କିଛି ନାହିଁ । ଆପଣ ରାତିରେ ଶୋଇବା ପୂର୍ବରୁ ଯଦି ନିଜ ଡାଏରୀରରେ ସବୁ କିଛି ଲେଖି ରଖିବେ ତେବେ ଆପଣଙ୍କ ମନରୁ ଅଧିକାଂଶ ଚିନ୍ତା ଦୂରେଇଯିବ ଓ ଭଲ ନିଦ ବି ହେବ ।

ରାତିରେ ହାଲ୍‌କା ଖାଦ୍ୟ ଖାଆନ୍ତୁ ଓ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ । ରାତିରେ ଏପରି ଖାଦ୍ୟ ଖାଆନ୍ତୁ ନାହିଁ ଯେଉଁଥିରେ ଚିନି, ପ୍ରସେସଡ୍ କାର୍ବୋହାଇଡ୍ରେଡ୍‌, ଫ୍ୟାଟ୍ ଓ କ୍ୟାଫିନବାଲା ଖାଦ୍ୟପଦାର୍ଥ ସାମିଲ ରହିଛି । ଶୋଇବା ପୂର୍ବରୁ କ୍ଷୀର ଓ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ନିଦ ଆସିବାରେ ସହାୟକ ହୋଇଥାଏ କାରଣ ଏଥିରେ ଟ୍ରିପ୍ଟୋଫେନ୍ ରହିଥାଏ ଯାହା ନିଦ ହେବାରେ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.