ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ, ୨୨ ବନ୍ଧୁକ ଜବତ ଓ ୩ ଗିରଫ

ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ସମ୍ବଲପୁର ପୋଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୋଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି ୨୨ ଗୋଟି ଦେଶୀ ବନ୍ଧୁକ ଜବତ ସହ  ୩ ଜଣକୁ ଗିରଫ କରାଯାଇଛି ।

ଏହି ଘଟଣାରେ ପୋଲିସ ୨ ମୋବାଇଲ ଫୋନ ସହ ଦେଶୀ ବନ୍ଧୁକ ତିଆରିରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ଜବତ କରଛି । ଏନେଇ ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ ଏହି ଏଠାରେ ୨ ବର୍ଷ ହେବ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି କାରଖାନାରେ ପ୍ରସ୍ତୂତ ବନ୍ଧୁକ କୁ ଲୋକଙ୍କୁ ୧୫ ରୁ ୨୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା ।

ତେବେ ପୋଲିସ ଚଢାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ୩ ଅଭିଯୁକ୍ତ ବିଦ୍ୟାଧର ପ୍ରଧାନ,ଅରୁଣ ଭୋଇ ଓ ଗଣେଶ ସିଂ ଙ୍କ ନାମରେ ପୁର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲାମାନ ଥିବା ନେଇ ଏସପି କହିଛନ୍ତି । ତେବେ ଏଥିରେ ଆଉ କାହାର ସଂପୃକ୍ତି ରହିଛି କି ନାହଁ ସେ ନେଇ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ବାହାରକୁ ଏହି ଚେର ଲମ୍ବିଛି କି ନାହଁ ସେ ବିଷୟ ମଧ୍ୟ ତଦନ୍ତ ପରିସରରେ ଥିବା ଏସପି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.