ଛତିଶଗଡ଼: କାଙ୍କେରରେ ବଡ଼ ଏନ୍‌କାଉଣ୍ଟର, ନକ୍ସଲର ଟପ୍‌ କମାଣ୍ଡର ନିପାତ; ଏବେ ସୁଦ୍ଧା ୧୮ଟି ମୃତଦେହ ଜବତ

ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ଛତିଶଗଡ଼ର କାଙ୍କେରରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି ।

ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ଛତିଶଗଡ଼ର କାଙ୍କେରରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି । ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଏବେ ବି ଛୋଟେ ବେଠିଆ ଥାନା ଅଧୀନ ମାଡ୍‌ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି । ଆହତ ଯବାନମାନଙ୍କୁ ଜଙ୍ଗଲରୁ ବାହାର କରିବା ପାଇଁ ସେଠାରୁ ଅତିରିକ୍ତ ଫୋର୍ସ ପଠାଯାଇଛି ।

ସୂତ୍ର ମୁତାବକ, ନକ୍ସଲ କମାଣ୍ଡର ଶଙ୍କର ରାଓ ଏହି ଏନ୍‌କାଉଣ୍ଟରରେ ସଫା ହୋଇଥିବା ଆଶଙ୍କା କରାଯାଉଛି । ଏ ପର୍ଯ୍ୟନ୍ତ ୧୮ଟି ମୃତଦେହ ଜବତ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଅଟୋମେଟିକ୍‌ ରାଇଫଲ୍‌ ମଧ୍ୟ ଜବତ ହୋଇଛି । ତେବେ ୩ ଜଣ ପୋଲିସ କର୍ମୀ ଏହି ଗୁଳି ବିନିମୟରେ ଆହତ ହୋଇଥିବା ସୂଚନା ରହିଛି । ବହୁତ ଜଲ୍‌ଦି ପୋଲିସ ଏହି ମାମଲା ଉପରେ ବୟାନ ଜାରି କରିବ ।

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଛୋଟେ ବେଠିଆ ଥାନା ଅଧୀନ ଜଙ୍ଗଲରେ ଯେତେବେଳେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆର୍‌ଜି)ର ଏକ ମିଳିତ ଟିମ୍‌ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ, ସେହି ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଅଧିକାରୀ କହିଛନ୍ତି ଯେ ଏହି ଗୁଳି ବିନିମୟରେ ୩ ଯବାନ ଆହତ ହୋଇଛନ୍ତି ।

କହି ରଖୁଛୁ କି, ଛତିଶଗଡ଼ର ରାୟପୁର ଏବଂ ଜଗଦଳପୁର ମଧ୍ୟବର୍ତ୍ତୀ କାଙ୍କେର ଲୋକସଭା ନିର୍ବାଚନମଣ୍ଡଳୀରେ ୮ ବିଧାନସଭା ଆସନ ରହିଛି, ଯେଉଁଥିରୁ ୬ଟି ଆସନ ଅନୁସୂଚିତ ଜନଜାତି ପାଇଁ ଆରକ୍ଷିତ । ଏହି ବିଧାନସଭା ଆସନଗୁଡ଼ିକ ହେଲା ଗୁଣ୍ଡରଦେହି, ସଞ୍ଜାରୀ ବାଲୋଦ, ସିହାଓ୍ଵା (ଏସ୍‌ଟି), ଡୋଣ୍ଡି ଲୋହାରା (ଏସ୍‌ଟି), ଅନ୍ତାଗଡ଼ (ଏସ୍‌ଟି), ଭାନୁପ୍ରତାପପୁର (ଏସ୍‌ଟି), କାଙ୍କେର (ଏସ୍‌ଟି) ଏବଂ କେଶକାଲ (ଏସ୍‌ଟି) । ମୂଳତଃ ବସ୍ତର ଜିଲ୍ଲାର ଅଂଶ କାଙ୍କେର ୧୯୯୮ ମସିହାରେ ଏକ ପୃଥକ୍‌ ଜିଲ୍ଲା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.