କେନ୍ଦ୍ର ଶକ୍ତି ବିଭାଗ ସଚିବ ଓ ଉପସଚିବଙ୍କ ଦିନିକିଆ ପାରାଦୀପ ଗସ୍ତ

ପାରାଦୀପ(କେନ୍ୟୁଜ୍‌): କେନ୍ଦ୍ର ଶକ୍ତି ବିଭାଗ ସଚିବ ଓ ଉପସଚିବଙ୍କ ଦିନିକିଆ ପାରାଦୀପ ଗସ୍ତ । ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରନାଦଙ୍କ ଉପସ୍ଥିତିରେ ମେରାଇନ୍‌ ସାଇଟ୍‌ ଅଫିସ ନିକଟରେ ସଚିବଙ୍କୁ ସିଆଇଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପରେ ସଚିବ ଓ ଉପ ସଚିବ ସ୍ୱତନ୍ତ୍ର ଟଗ୍‌ ବୋଟ୍‌ ଯୋଗେ ବର୍ଥ ଗୁଡ଼ିକ ବୁଲି ଦେଖିବା ସହ ଜେଏସ୍‌ଡବ୍ଲୁ ପ୍ରକଳ୍ପ ଓ ଏମ୍‌ସିଏଚ୍‌ପିରେ ଯାନ୍ତ୍ରିକ ପଦ୍ଧତିରେ ହେଉଥିବା କୋଇଲା ଆମଦାନୀ ଓ ରତ୍ପାନୀ ବିଷୟରେ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌ ହରନାଦ ଅବଗତ କରାଇଥିଲେ। ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ କେନ୍ଦ୍ରକୁ କୋଇଲା କିଭଳି ସହଜରେ ଯୋଗାଣ ହୋଇପାରିବ।

ସେ ବିଷୟରେ ବନ୍ଦର ଅଧ୍ୟକ୍ଷ ସମେତ କୋଇଲା ଇଣ୍ଡିଆ ଲିମିଟେଡ୍‌ର ମୁଖ୍ୟ ଓ କର୍ଣ୍ଣାଟକର ବରିଷ୍ଠ ଅଧିକାରୀଙ୍କ ସହ ସଚିବ ଓ ଉପ ସଚିବ ପାରାଦୀପ ବନ୍ଦରର ବୋର୍ଡ ରୁମ୍‌ଠାରେ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.