Below header

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କାଲି ସକାଳ ୮ଟା ଭିତରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ

ତିନିଦିନିଆ ଗସ୍ତର ପ୍ରଥମ ଦିନରେ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି ପ୍ରାୟ ୧୦ଟା୩୦ରେ ପୁରୀରେ ପହଞ୍ଚି ମେ ଫେୟାର ହୋଟେଲରେ ରାତ୍ରିଯାପନ କରିବେ।

ଭୁବନେଶ୍ବର/ପୁରୀ(କେନ୍ୟୁଜ୍): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଭାରତ ସରକାରଙ୍କ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାରମନ୍ତ୍ରୀ ନୀର୍ମଳା ସୀତାରମଣ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ନୀର୍ମଳା ସୀତାରମଣଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ ଜଣାଇଛନ୍ତି।  ଦିବଂଗତ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କର ସ୍ମୃତି କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସେ ସାମିଲ ହେବେ।

ଆସନ୍ତାକାଲି ପୁରୀ ଗସ୍ତରେ ଯିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତି ପ୍ରାୟ ୧୦ଟା୩୦ରେ ପୁରୀରେ ପହଞ୍ଚି ମେ ଫେୟାର ହୋଟେଲରେ ରାତ୍ରିଯାପନ କରିବେ। ପରେ ଆସନ୍ତାକାଲି ସକାଳ ୭ଟା୧୫ ରୁ ୮ଟା ମଧ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ। ପରେ ୯ଟା ୧୫ରୁ ୧୦ଟା ୧୫ ମଧ୍ୟରେ ମେରୀ ମାଟି ମେରା ଦେଶ ଅନ୍ତର୍ଗତ କାର୍ଯ୍ୟକ୍ରମରେ ପୁରୀ ପେଣ୍ଟକଟାଠାରେ ସଦାଶିବ ସସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେହିପରି ୧୦ଟା୩୦ ରୁ ୧୧ଟା୧୫ ମଧ୍ୟରେ ଦେଶର ପ୍ରଥମ ସହିଦ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ବିରହରେକୃଷ୍ନପୁର ସ୍ଥିତ ଜନ୍ମସ୍ଥାନରେ ମାଲ୍ୟାର୍ପଣ କରିବେ ।ଏନେଇ ପୁରା ସାଜସଜା ଓ ପ୍ରସ୍ତୁତି ସରିଲାଣି । ସଦାଶିବ ସଂସ୍କୃତ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ ପାଇଁ ପେଣ୍ଠକଟା ଠାରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି ।ସେଇଭଳି ବିର ହରେକୃଷ୍ଣ ପୁରରେ ମଧ୍ୟ ପ୍ରସ୍ତୁତି ଜୋର ଧରିଛି ।ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ବିରହରେକୃଷ୍ନପୁର ଠାରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ ଜୋରଦାର ସ୍ୱାଗତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.