ଆଜି ପୁରୀ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଲୋକାର୍ପଣ କରିବେ ସିଦ୍ଧମହାବୀର ରେଳ ଓଭରବ୍ରିଜ୍

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ମଧ୍ୟାହ୍ନରେ ପୁରୀ ଗସ୍ତ କରିବେ। ପରେ ଶରଧାବାଲିସ୍ଥିତ ସଭାରେ ଯୋଗ ଦେବେ ନୀତିନ। ପରେ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ସମ୍ବିତଙ୍କ ପାଇଁ ଆସୁଛନ୍ତି ଗଡ଼କରୀ । ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମଧ୍ୟାହ୍ନରେ ପୁରୀ ଗସ୍ତ କରିବେ । ୧୨ଟା ୩୦ରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ପରେ ଶରଧାବାଲିସ୍ଥିତ ସଭାରେ ଯୋଗ ଦେବେ ନୀତିନ । ପରେ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କରିବେ ।

ଅପରାହ୍ନ ପ୍ରାୟ ଗୋଟାଏ ୪୫ ମିନିଟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଗଡକରୀ । ପ୍ରାୟ ଅଧଘଣ୍ଟା ପରେ ଶ୍ରୀମନ୍ଦିରରେ ରହିବା ପରେ ତାଳବଣିଆ ସ୍ଥିତ ମଧୂସୁଦନ ନଗର ଠାରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ସାତପଡାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଯୋଗାଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବେ । କାର୍ଯ୍ୟକ୍ରମ ସାରି ଅପରାହ୍ଣ ୩ଟା ୧୫ରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.