ରାୟଗଡା ସହରର ପ୍ରେମ ପାହାଡରେ ବର ଗଛ ସହିତ ଓସ୍ତ ଗଛର ବାହାଘର

ରାୟଗଡା ସହରର ପ୍ରେମ ପାହାଡରେ ଏକ ଅଭିନବ ବାହାଘର । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଠାରେ ରୁଣ୍ଡ ହୋଇଥିଲେ । ଆଜିର ବସ୍ତୁବାଦୀ ସମାଜରେ ପ୍ରକୃତି ପ୍ରତି ରହିଥିବା ସମ୍ମାନ ଆଉ ପୁରାତନ ପରମ୍ପରାକୁ ନେଇ ଚାଲିଥିବା ଏହି ବିରଳ ବୃକ୍ଷଙ୍କ ବାହାଘର ଅନୁଷ୍ଠିତ ହୋଇଛି ।

ରାୟଗଡା(କେନ୍ୟୁଜ): ରାୟଗଡା ସହରର ପ୍ରେମ ପାହାଡରେ ଏକ ଅଭିନବ ବାହାଘର । ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏଠାରେ ରୁଣ୍ଡ ହୋଇଥିଲେ । ଆଜିର ବସ୍ତୁବାଦୀ ସମାଜରେ ପ୍ରକୃତି ପ୍ରତି ରହିଥିବା ସମ୍ମାନ ଆଉ ପୁରାତନ ପରମ୍ପରାକୁ ନେଇ ଚାଲିଥିବା ଏହି ବିରଳ ବୃକ୍ଷଙ୍କ ବାହାଘର ଅନୁଷ୍ଠିତ ହୋଇଛି ।

ବାଜା ବାଜୁଛି , ପୁଙ୍କା ହେଉଛି ଶଙ୍ଖ, ପୁରୋହିତ ମନ୍ତ୍ର ଉଚ୍ଚାରମ କରୁଛନ୍ତି । ସମଗ୍ର ଅଞ୍ଚଳ କୋଳାହଳରେ ପରିପୂର୍ଣ ହୋଇଉଠିଛି । ସାଜସଜା ହୋଇ ବରଯାତ୍ରୀ ଅଛନ୍ତି କନ୍ୟା ଯାତ୍ରୀ ବି ଅଛନ୍ତି । ହେଲେ ଏଠି ବରଗଛ ବର ସାଜିଥିବା ବେଳେ ଓସ୍ତ ଗଛ କନ୍ୟା ସାଜିଛନ୍ତି । ଚୈତ୍ରମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବଡଧୁମଧାମରେ ସମସ୍ତ ପ୍ରକାର ବୈଦିକ ଋତିରେ ବାହାଘର ଅନୁଷ୍ଠିତ ହେଉଛି ।

ରାୟଗଡା ସହରର ବିନୋଦ ବାବୁ ଓ ତାଙ୍କ ସହଧର୍ମୀଣି ମାଧବୀ ବରର ବାପାମାଆ ହୋଇଥିବା ବେଳେ ଏସ.ବିରବାବୁ ଓ ନାଗେଶ୍ୱରୀ କନ୍ୟାପିତା ମାତା ସାଜିଛନ୍ତି । ବିରବାବୁଙ୍କ ତିନିଗୋଟି କନ୍ୟା ସନ୍ତାନ । ଆଦୌ ପୁଅ ନଥିବା ଯୋଗୁଁ ସେ ବର ଗଛକୁ ନିଜ ପୁଅ ଭାବେ ପାଳନ କରି ୧୮ ବର୍ଷ ଧରି ପାଳନ କଲେ । ଏବେ ବରଗଛକୁ ୧୮ବର୍ଷ ହେବା ପରେ ବାହାଘର କରିଲେ ।

ବାହାଘର ପାଇଁ ହୋଉଥିବା ଭୋଜି, ବରଯାତ୍ରୀ, ବାଜାବାଜଣା, ପୂଜା ଓ କର୍ମକାଣ୍ଡ ସବୁ କନ୍ୟାପିତା ଖର୍ଚ୍ଚ କରୁଛନ୍ତି । ସକାଳୁ ବରଯାତ୍ରୀଙ୍କ ପାଇଁ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହି ବାହାଘର ପାଇଁ ଆନ୍ୟାନ୍ୟ ଆନୁସଙ୍ଗିକ ସହାୟତା ପାଇଁ ରାୟଗଡା ସହରର ମହିଳା ୱାକରସ କ୍ଲବ ଓ ଲାୟନ୍ସ କ୍ଳବ ର ସଦସ୍ୟ ମାନେ ଆଗେଇ ଆସିଥିବା ଜଣାପଡିଛି । ଏହି ବର ଗଛ -ଓସ୍ତ ଗଛ ବାହାଘରର ମୂଳ ଲକ୍ଷ କିଭଳି ଗଛକୁ ଭଲପାଇବା , ଗଛକୁ ପୂଜା କରିବା ସହିତ ସମାଜକୁ ଏକ ସବୁଜମୟ ପରିବେଶ ଗଢିତୋଳିବା ନେଇ ଏକ ସଚେତନତାର ବାର୍ତା ଦେବା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.