ଭାଇଜାନଙ୍କ ଘର ବାହାରେ ଗୁଳିମାଡ, ଦୁର୍ବୃତ୍ତକୁ ଖୋଜୁଛି ପୋଲିସ

ଭାଇଜାନଙ୍କ ଘରେ ବାହାରେ ୨-୩ ରାଉଣ୍ଡ ଫାୟାରିଂ ହୋଇଥିବା ସୂଚନା ମିଳିଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ଏଟିଏସ ଟିମ୍‌ ପହଞ୍ଚିଛି । ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଫାୟାରିଂ ହୋଇଛି ।

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟ ନିକଟ ଗୁଳିକାଣ୍ଡ ଘଟିଛି । ଆଜି ଭୋର ୪ଟା ୫୦ ମିନିଟ ସମୟରେ କୌଣସି ଅଜ୍ଞାତ ଦୁର୍ବୃତ୍ତ ୨-୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଥିଲେ । ଦୁଇ ଜଣ ଯୁବକ ବାଇକରେ ଆସି ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ । ଏଥିରେ କେହି ହତାହତ ହୋଇ ନାହାନ୍ତି ।

ଗୁଳିକାଣ୍ଡ ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଓ ବାନ୍ଦ୍ରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଫୋରେନସିକ ଟିମ୍ ମଧ୍ୟ ପହଞ୍ଚି ଯାଞ୍ଚ କରିଛି । ସଲମାନଙ୍କ ଘର ନିକଟରେ ପୋଲିସ୍ ସୁରକ୍ଷା ବଢ଼ାଇ ଦିଆଯାଇଛି । ଗାଲାକ୍ସି ନିକଟ ରାସ୍ତାରେ ଲାଗିଥିବା ସିସି କ୍ୟାମେରା ଜବତ କରି ପୋଲିସ୍ ତଦନ୍ତ ଚଳାଇଛି ।

ଖବର ମୁତାବକ, ଭାଇଜାନଙ୍କ ଘରେ ବାହାରେ ୨-୩ ରାଉଣ୍ଡ ଫାୟାରିଂ ହୋଇଥିବା ସୂଚନା ମିଳିଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ଏଟିଏସ ଟିମ୍‌ ପହଞ୍ଚିଛି । ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଫାୟାରିଂ ହୋଇଛି ।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅନେକ ଥର ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା । ତେବେ ସଲମାନଙ୍କୁ ଏବେ ଓ୍ଵାଇ ପ୍ଲସ ସୁରକ୍ଷାରେ ରହିଛନ୍ତି । ଗତବର୍ଷ ସଲମାନଙ୍କ ଅଫିସକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଇମେଲ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲଡି ବ୍ରାର ଏବଂ ରୋହିତ ଗର୍ଗ ବିରୋଧରେ ଆଇପିସି ଧାରା ୫୦୬(୨), ୧୨୦(ବି) ଏବଂ ୩୪ ଅଧିନରେ ମାମଲା ଦାୟର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.