ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର

DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ ବହୁତ ସାହାଯ୍ୟ କରେ ।

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ ବହୁତ ସାହାଯ୍ୟ କରେ । DigiYatra ଫାଉଣ୍ଡେସନ୍ ଲୋକମାନଙ୍କୁ ପୁରୁଣା ଆପ୍ ଡିଲିଟ୍‌ କରି ନୂଆ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛି । ନୂଆ ଆପ୍ ବିମାନ ଯାତ୍ରୀମାନଙ୍କ ପାଇଁ ଅନେକ ନୂଆ ଫିଚର୍ସ ଆଣିଥାଏ । ତେବେ ଆସନ୍ତୁ ଏହି ଆପ୍‌ ବିଷୟରେ ଡିଟେଲ୍ସରେ ଜାଣିବା ।

ପୁରୁଣା DigiYatra ଆପରେ କିଛି ସମସ୍ୟା ଥିଲା, ତେଣୁ ଲୋକମାନେ ପୁରୁଣା ଆପକୁ ସଠିକ୍ ଭାବରେ ବ୍ୟବହାର କରିପାରୁ ନଥିଲେ । ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ନୂଆ ଆପ୍ ଲଞ୍ଚ କରାଯାଇଛି । DigiYatra ଫାଉଣ୍ଡେସନ୍ ପୁରୁଣାରୁ ନୂଆ ଆପ୍ କୁ ସହଜରେ ସ୍ୱିଚ୍‌ କରିବାରେ ସାହାଯ୍ୟ କରୁଛି । DigiYatra ଆପର ନୂଆ ଭର୍ସନ ବ୍ୟବହାର କରିବା ପାଇଁ ଆପଣ କଣ କରିବେ ଆସନ୍ତୁ ଜାଣିବା ।

୧. ସର୍ବପ୍ରଥମେ ଆପଣଙ୍କର ସ୍ମାର୍ଟଫୋନରୁ ପୁରୁଣା DigiYatra ଆପକୁ ଅନଇନଷ୍ଟଲ୍‌ କରନ୍ତୁ ।
୨. ପରେ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ନୂଆ DigiYatra ଆପ୍ ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରନ୍ତୁ ।
୩. ତାପରେ ଆପ୍ ଖୋଲନ୍ତୁ ଏବଂ ଆପଣଙ୍କର ମୋବାଇଲ୍ ନମ୍ବର, ଆଧାର କାର୍ଡ ନମ୍ବର ଏଣ୍ଟ୍ରି କରି ଏକ ଆକାଉଣ୍ଟ୍ ତିଆରି କରନ୍ତୁ ।
୪. ଆଧାର ନମ୍ବର ସୂଚନା ଯାଞ୍ଚ କରନ୍ତୁ ।
୫. ଫେସ୍‌ ଆଇଡେଣ୍ଟିଫିକେସନ୍‌ ପାଇଁ ଆପଣଙ୍କର ସେଲଫି ଅପଲୋଡ୍ କରନ୍ତୁ ।
୬. ଫେସ୍‌ ID କନଫର୍ମ କରନ୍ତୁ ।
୭. ଏହା ପରେ ଆପଣ ବିମାନ ବନ୍ଦରରେ ସହଜରେ ଚେକ୍ ଇନ୍ କରିବାକୁ ଆପ୍ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.