ଆଜିଠୁ ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରତିହାରୀ ସେବା ଆରମ୍ଭ

ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରତିହାରୀ ସେବା ଆରମ୍ଭ । ଆଜିଠୁ ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରତିହାରୀ ସେବକ ଜଗି ରହିଛନ୍ତି । ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରତିହାରୀ ସେବକ ମୁତୟନ କରାଯାଇଛି । ଦ୍ବାରଫିଟା ବେଳେ ୨ ଜଣ ଓ ସନ୍ଧ୍ୟାରେ ୨ ପ୍ରତିହାରୀ ସେବକ ମୁତୟନ ରହିବେ ।

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରତିହାରୀ ସେବା ଆରମ୍ଭ । ଆଜିଠୁ ଶ୍ରୀମନ୍ଦିର ସିଂହଦ୍ବାରରେ ପ୍ରତିହାରୀ ସେବକ ଜଗି ରହିଛନ୍ତି । ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରତିହାରୀ ସେବକ ମୁତୟନ କରାଯାଇଛି । ଦ୍ବାରଫିଟା ବେଳେ ୨ ଜଣ ଓ ସନ୍ଧ୍ୟାରେ ୨ ପ୍ରତିହାରୀ ସେବକ ମୁତୟନ ରହିବେ । ପରବର୍ତ୍ତୀ ସମୟରେ ପୁରା ଦିନ ଠାରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀମାନେ ମୁତୟନ ହେବେ । ଫଳରେ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିବାରେ ସମର୍ଥ ହେବେ ବୋଲି କହିଛନ୍ତି ପ୍ରତିହାରୀ ନିଯୋଗର ସମ୍ପାଦକ ମାଧବ ମହାପାତ୍ର ।

ପ୍ରତିହାରୀ ନିଯୋଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିହାରୀ ସେବକ ଏହି ସେବା ଯୋଗାଇବେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ଅଧିକ ସିଂହଦ୍ଵାର ପାଳିଆ ପର୍ଯ୍ୟାୟ କ୍ରମେ ନିୟୋଜିତ ହେବେ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସରେ ଏହି ସେବା ରହିଥିଲେ ମଧ୍ୟ କୌଣସି କାରଣରୁ ଦୀର୍ଘ ବର୍ଷ ହେବ ଏହା ବନ୍ଦ ରହିଥିଲା । ଶ୍ରୀମନ୍ଦିରରେ ଅଣ ହିନ୍ଦୁମାନଙ୍କ ପ୍ରବେଶ ଯୋଗୁଁ ପ୍ରତିହାରୀ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହି ସେବାର ପୁନଃ ପ୍ରଚଳନ ପାଇଁ ଦୃଢ଼ ଦାବି ଉପସ୍ଥାପିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.