ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍‌): ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଆଜି ଜଣେ ଅଜଣା ବୃଦ୍ଧଙ୍କର ମୃତ ଶରୀର ଉଦ୍ଧାର କରାଯାଇଛି । ତାଙ୍କ ବୟସ ପାଖାପାଖି ୬୦ ହେବ । ରେଳବାଇ ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ଯାହା ଅନୁମାନ କରାଯାଉଛି ଯେ ବ୍ୟକ୍ତି ଜଣକ କୌଣସି ଚଳନ୍ତା ଟ୍ରେନରୁ ଖସି ପଡି ମୃତ୍ୟୁବରଣ କରିଛନ୍ତି । ରେଳବାଇ ଥାନାରେ ଏ ନେଇ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଅଛି । ମୃତଦେହକୁ ଏବେ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ତାଙ୍କର ପରିଚୟ ପାଆନ୍ତି ତେବେ ଏହି ଫୋନ ନମ୍ବରରେ 7008160971 ଜଣାଇବାକୁ ଅନୁରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.