ରାସ୍ତା କଡ଼ରେ ପରିବା ବିକୁଛନ୍ତି ପୁଲଓ୍ଵାମା ସହିଦଙ୍କ ପତ୍ନୀ, ଫଟୋ ଭାଇରାଲ ହେବା ପରେ ସାହାଯ୍ୟର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
୧୪ ଫେବ୍ରୁଆରୀ ଦିନ ପାଳିତ ହୋଇଛି ପୁଲଓ୍ଵାମା ସହିଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୧୯ ମସିହାର ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଘଟଣାର ବର୍ଷେ ପରେ ବି ଏ ପର୍ଯ୍ୟନ୍ତ ସିଆରପିଏଫ୍ ଯବାନଙ୍କ ପରିବାର ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିପାରିନାହିଁ। ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର ସହିଦ ଯବାନ ବିଜୟ ସୋରେଙ୍ଗଙ୍କ ପରିବାର ଲୋକ ଏବେ ବି ସହାୟତା ଅପେକ୍ଷାରେ ଅଛନ୍ତି। ଶୁକ୍ରବାର ସହିଦଙ୍କ ଶ୍ରାଦ୍ଧ ଅବସରରେ ସହିଦଙ୍କ ପତ୍ନୀ ରାସ୍ତା କଡ଼ରେ ପରିବା ବିକୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଜଣେ ୟୁଜର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟ୍ୟାଗ୍ କରି ସାହାଯ୍ୟ କରିବାକୁ ଗୁହାରି କରିଥିଲେ।
Dear @HemantSorenJMM bhai, please take this up and help the family urgently for we can’t let the kin of those who laid their lives for us live in this condition! Very sad to see this! Please do something ASAP! 🙏 https://t.co/mn9otfqRNv
— Prashant Kumar (@scribe_prashant) February 14, 2020
ଏହି ପୋଷ୍ଟ ପରେ ହେମନ୍ତ ସୋରେନ୍ ଟ୍ଵିଟ୍ କରି ସହିଦଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ‘ସହିଦ ହେଉଛନ୍ତି ଦେଶର ସମ୍ପତ୍ତି। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ଏଥିସହ ଏହି ସହାୟତା କରିବାକୁ କହିଥିବା ପ୍ରଶାନ୍ତଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।’ ସରକାରଙ୍କ ତରଫରୁ ତାଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
.@dc_simdega शहीद देश की धरोहर होते हैं। कृपया इनकी हर सम्भव मदद करते हुए ज़रूरी सभी सरकारी योजनाओं का लाभ जल्द से जल्द पहुँचाते हुए सूचित करें।
ध्यान आकृष्ट कराने के लिए बहुत बहुत धन्यवाद प्रशांत भाई। सरकार की तरफ़ से इन्हें हर सम्भव मदद की जाएगी। https://t.co/JDat37k9Ry
— Hemant Soren (@HemantSorenJMM) February 14, 2020
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଆକ୍ସନ୍ ମୋଡକୁ ଆସିଛି। ଜିଲ୍ଲାଧିକାରୀ ଏହି ଟ୍ଵିଟ୍ର ଜବାବରେ ଲେଖିଛନ୍ତି ‘ସାର୍ ଜିଲ୍ଲା ପ୍ରଶାସନ ତରଫରୁ ସହିଦଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରାଯାଉଛି। ଆଜି ସକାଳେ ଅନୁମଣ୍ଡଳ ପଦାଧିକାରୀ, ସିମଡେଗା ତଥା ପ୍ରଖଣ୍ଡ ବିକାଶ ପଦାଧିକାରୀ, ସିମଡେଗା ସହିଦଙ୍କ ଘରକୁ ଯାଇ ତାଙ୍କୁ ଦେଖା କରିବା ସହ ଖବର ପଚାରି ବୁଝିଛନ୍ତି।’
सर जिला प्रशासन की ओर से हर संभव मदद देने की पहल शहीद के आश्रितों को देने की पहल की जा रही है। आज सुबह ही अनुमंडल पदाधिकारी, सिमडेगा तथा प्रखंड विकास पदाधिकारी, सिमडेगा ने शहीद के आश्रितों के घर जाकर उनसे मुलाकात तथा उनका हालचाल लिया। pic.twitter.com/1ptOOlHIoq
— DC SIMDEGA (@dc_simdega) February 14, 2020