ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ, ଫ୍ଲାଗଅଫ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରେ ଉପସ୍ଥିତ ରହି ବିମାନ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳାହାଣ୍ଡି ବିକାଶରେ ଯୋଡି ହେବ ନୂଆ ଫର୍ଦ୍ଦ। ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡି। ଉତକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଫ୍ଲାଗଅଫ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ଏୟାରପୋର୍ଟରେ ଉପସ୍ଥିତ ରହି ବିମାନ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ବରରୁ ଉତକେଲା ମଧ୍ୟରେ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟାରେ ଉଡ଼ିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ଉତକେଲା ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିଛି ।

ଟିକେଟର ଦାମ ରହିଛି ୯୯୯ ଟଙ୍କା। ପରବର୍ତ୍ତୀ ପର୍ଯ୍ୟାୟରେ ଛତିଶଗଡ଼କୁ ସମ୍ପ୍ରସାରିତ ହୋଇପାରେ । ଉତକେଲା ଓ ଭୁବନେଶ୍ବର ମଧ୍ୟରେ ସପ୍ତାହରେ ଦୁଇ ଥର ବିମାନ ଚଳାଚଳ କରିବ । ମଙ୍ଗଳବାର ଓ ଗୁରୁବାର ଉଡ଼ିବ ବିମାନ । ଏହି ବିମାନ ସେବା ଆରମ୍ଭ ହେବା ପରେ କଳାହାଣ୍ଡି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ଅର୍ଥନୀତିରେ ବହୁ ପରିଵର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.