Below header

ରାଜଧାନୀରେ ପୁଣି ବଦଳିବ ଟିକାକରଣ ସମୟ, ଜାଣନ୍ତୁ କେଉଁ କେଉଁ ସମୟରେ ହେବ ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୁଣି ବଦଳିବ ଟିକା ସମୟ। ସକାଳେ ପ୍ରଥମ ଡୋଜ୍, ଅପରାହ୍ନ ରେ ଦ୍ବିତୀୟ ଡୋଜ୍। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ଡ୍ୟୁ ଡେଟ୍ ମୁତାବକ ଦ୍ବିତୀୟ ଡୋଜ୍ ଟିକାକରଣ ଜାରି ରହିଛି। ଆସନ୍ତା ସୋମବାର ସୁଦ୍ଧା ଏହା ଶେଷ ହେବ।

ଏହାପରେ ବଳକା ୧୮-୪୪ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ପ୍ରଥମ ଡୋଜ୍ ଟିକାଦାନ ଆରମ୍ଭ ହେବ। ସକାଳ ସମୟରେ ପ୍ରଥମ ଡୋଜ୍ ଏବଂ ଅପରାହ୍ନ ରେ ଉଭୟ ୧୮-୪୪ ବର୍ଗ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଦ୍ବିତୀୟ ଡୋଜ୍ ଦିଆଯିବ। ଏନେଇ ଖୁବଶିଘ୍ର ଏକ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଏମସି କମିଶନର ସଂଜୟ ସିଂ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.