୫ ହଜାର କୋଟି ଟଙ୍କା ମୂଲ୍ୟର ମହଲରେ ରୁହନ୍ତି ଅନୀଲ-ଟିନା ଅମ୍ବାନୀ,ଦେଖନ୍ତୁ କ’ଣ ରହିଛି ଏଥିରେ

ଦେଶର କୋଟିପତି ବ୍ୟବସାୟୀଙ୍କ ମଧ୍ୟରେ ଅମ୍ବାନି ପରିବାରଙ୍କ ନାମ ଆସେ । ମୁକେଶ ଅମ୍ବାନୀ ଦୁନିଆର ଧନୀକ ବ୍ୟବସାୟୀଙ୍କ ଗଣନାରେ ଆସନ୍ତି । ମୁକେଶ ଅମ୍ବାନୀ ମୁମ୍ବାଇର ଯେଉଁ ଆଲିସାନ ବଙ୍ଗଳାରେ ରୁହନ୍ତି ତାର ନାମ ଏଣ୍ଟିଲିଆ । ମୁକେଶଙ୍କ ଭାଇ ଅନୀଲ ଅମ୍ବାନୀ ଯେଉଁ ଘରେ ରୁହନ୍ତି ଏହାର ଦାମ୍‌ ୫୦୦୦ କୋଟି ଟଙ୍କା । ଯେଉଁଠି ପତ୍ନୀ ଟିନା ଅମ୍ବାନୀ, ଦୁଇ ପୁଅ ଅନ୍‌ମୋଲ ଓ ଅଶୁଂଳ ଓ ମା’ କୋକିଳାବେନ୍‌ ରୁହନ୍ତି ।

anil ambani home
photo credit: punjabkesari.in

ବିବାହ ପୂର୍ବରୁ ଟିନା ମୁନିମ ଗ୍ଲାମରସ୍‌ ଦୁନିଆରେ ଥିଲେ । ସେ ସେତେବେଳର ବଲିଉଡ୍‌ର ଜଣେ ଭଲ ଅଭିନେତ୍ରୀ ଭାବେ ମାନ୍ୟତା ପାଇଥିଲେ । ଅମ୍ବାନୀ ପରିବାରର ବୋହୂ ହେବା ପରେ ସେ ଅବଶ୍ୟ ଗ୍ଲାମରସ୍‌ ଦୁନିଆ ଛାଡ଼ି ଦେଇଥିଲେ । ହେଲେ ତାଙ୍କ ଜୀବନରେ ସୁଖ ସ୍ୱଚ୍ଛନ୍ଦ୍ୟ ଓ ଆରାମ କେବେ ବି କମିନାହିଁ ।

anil ambani home.
photo credit: punjabkesari.in

ତାଙ୍କର ୫ ହଜାର କୋଟି ଟଙ୍କାର ଆଲିସାନ ବଙ୍ଗଳା ୧୭ ମହଲା ଅଟେ । ଯାହାର ନାମ ରଖାଯାଇଛି ଏଡୋବ । ୬୬ ମିଟର ଉଚ୍ଚର ଏହି ବିଲ୍ଡିଂକୁ ଅନୀଲ ଅମ୍ବାନୀ ୧୫୦ ମିଟର ରଖିବାକୁ ଚାହୁଁଥିଲେ । ହେଲେ ଏହାର ପରମିଶନ ନ ମିଳିବାରୁ ଏହାକୁ ୬୬ ମିଟରରେ ରଖିବାକୁ ପଡ଼ିଲା । ପୁରା ଘର ୧୦ ହଜାର ବର୍ଗ ଫୁଟରେ ଅବସ୍ଥିତ । ଅନୀଲ-ଟିନା ଅମ୍ବାନୀଙ୍କ ଘର ଦେଶର ସବୁଠୁ ମହଙ୍ଗା ଘର ମଧ୍ୟରେ ୨ ନମ୍ବରରେ ଆସେ । କାରଣ ପ୍ରଥମ ନମ୍ବରରେ ତାଙ୍କର ବଡ଼ ଭାଇ ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆ ଆସିଥାଏ ।

anil ambani home
photo credit: punjabkesari.in

ଅନୀଲ-ଟିନା ଅମ୍ବାନୀଙ୍କ ଘର ମୁମ୍ବାଇ ବାନ୍ଦ୍ରା ସ୍ଥିତ ପାଲି ହିଲ୍‌ ଇଲାକା ନର୍ଗିସ ଦତ୍ତ ରୋଡରେ ଅବସ୍ଥିତ । ଏହି ରାସ୍ତାରେ ସଞ୍ଜୟ ଦତ୍ତ, ଇମରାନ୍‌ ହାସମୀ, କପୁର ପରିବାର, ଫରହାନ୍‌ ଅଖତାରଙ୍କ ଭଳି ବଲିଉଡର ବଡ଼ ଅଭିନେତାଙ୍କ ଘର ମଧ୍ୟ ରହିଛି । ଏହି ଘର ଏତେ ବଡ଼ ଯେ ପୁରା ସୋସାଇଟି ଏହି ଘରେ ବସିପାରିବେ ।

ଟିନା ମୁନିମ୍‌ ଧାର୍ମିକ ଭାବନାର ମହିଳା ହୋଇଥିବାରୁ ଘରେ ଏକ ବଡ଼ ମନ୍ଦିର ମଧ୍ୟ ବନାଇଛନ୍ତି । ଅନୀଲ ଓ ଟିନା ଉଭୟେ ପେଣ୍ଟିଂର ସୌକ ହୋଇଥିବାରୁ ଘରେ ବହୁତ ବଡ଼ ବଡ଼ ପେଣ୍ଟି ଦେଖିବାକୁ ମିଳେ । ଯଦିଓ ଟିନା ଫିଲ୍ମ ଦୁନିଆ ଛାଡ଼ି ଦେଇଛନ୍ତି । ହେଲେ ଏବେ ସେ ଜଣେ ସଫଳ ବ୍ୟବସାୟୀ । ଘରର ଛାତ ଉପରେ ଏକ ହେଲିପ୍ୟାଡ଼୍‍ ମଧ୍ୟ ତିଆରି କରାଯାଇଛି । ଏହାଛଡ଼ା ଅନୀଲ ଏହି ଘରେ ଏକ ବଡ଼ ଗାର୍ଡେନ ,ଜିମ୍‌, ଏଣ୍ଟରଟେନମେଣ୍ଟ ଜୋନ୍‌, ହୋମ ଥିଏଟର ଓ ସୁଇମିଂ ପୁଲ ଭଳି ସବୁ ସୁବିଧା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.