ଜୁନ୍‌ ୨୦୨୨ ସୁଦ୍ଧା ଭୁବନେଶ୍ୱରରେ ହେବ ଟିକା ଉତ୍ପାଦନ

ଭୁବନେଶ୍ୱର (କେନ୍ୟୁଜ): ୨୦୨୨ ଜୁନ୍‌ ସୁଦ୍ଧା ଓଡ଼ିଶାରୁ ଆରମ୍ଭ ହେବ କୋଭିଡ଼ ଟିକା ଉତ୍ପାଦନ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ ଭାରତ ବାୟୋଟେକ ପକ୍ଷରୁ ସ୍ଥାପନ ହୋଇଥିବା ପ୍ଲାଣ୍ଟରେ କୋଭିଡ଼ ସହ ୧୦ ପ୍ରକାର ଟିକା ପ୍ରସ୍ତୁତ କରାଯିବ। ବୁଧବାର ଭୁବନେଶ୍ୱର ଗସ୍ତରେ ଆସିଥିବା ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡର ଅଧ୍ୟକ୍ଷ କ୍ରିଷ୍ଣା ଏଲ୍ଲା ଏହି ସୂଚନା ଦେଇଛନ୍ତି। ଶ୍ରୀ ଏଲ୍ଲା ଅନ୍ଧାରୁଆ ସ୍ଥିତ ଭାରତ ବାୟୋଟେକ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ ପରେ ଲୋକସେବା ଭବନରେ ବିଜ୍ଞାନ ଓ କାରିଗରୀ ବିଭାଗ ସଚିବ ମନୋଜ କୁମାର ମିଶ୍ରଙ୍କ ସହ ପ୍ରସ୍ତାବିତ ଟିକା ଉତ୍ପାଦନ ପ୍ଲାଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ ଆସନ୍ତା ୨୦୨୨ ଜୁନ୍‌ ମାସ ସୁଦ୍ଧା ଅନ୍ଧାରୁଆ ପ୍ଲାଣ୍ଟରୁ ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ପରେ ଏହାର ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ ଏଲ୍ଲା ସୂଚନା ଦେଇଛନ୍ତି। ଅନ୍ଧାରୁଆଠାରେ ଟିକା ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ନେଇ କମ୍ପାନୀ ଗତ ମେ’ ମାସରେ ଘୋଷଣା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.