ରାଜ୍ୟର ୧୨ଟି ଜିଲ୍ଲାରେ ଆଜି ବନ୍ଦ ରହିବ ଟିକାଦାନ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟର ଆଜି ୩୦୨ଟି କେନ୍ଦ୍ରରେ ହେବ କୋଭିଡ ଟିକାକରଣ। ତେବେ ୧୨ଟି ଜିଲ୍ଲାରେ ଆଜି ଟିକାଦାନ ବନ୍ଦ ରହିବ। ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରେ ଟିକାଦାନ ବନ୍ଦ ରହିବ। ଗତକାଲି ୪୬୯ଟି ଟିକାଦାନ କେନ୍ଦ୍ରରେ ୪୩ହଜାର ୮୫୩ ଜଣଙ୍କୁ ଟିକା ଦିଆଯାଇଥିଲା।

ରାଜ୍ୟରେ ବର୍ତ୍ତମାନ ଏକଲକ୍ଷ ୧୯ହଜାର ୨୨୦ କୋଭିସିଲ୍‌ଡ ଟିକା ରହିଥିବା ବେଳେ ୩ଲକ୍ଷ ୪୬ହଜାର ୪୪୦ କୋଭାକ୍ସିନ ଟିକା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୫୭ଲକ୍ଷ ୪୮ହଜାର ୭୯୬ ଜଣ ଟିକା ନେଇସାରିଲେଣି। ପ୍ରଥମ ଡୋଜ୍‌ ନେଇଛନ୍ତି ୪୮ଲକ୍ଷ ୭୪୬। ଦ୍ୱିତୀୟ ଡୋଜ୍‌ ନେିଛନ୍ତି ୯ଲକ୍ଷ ୪ହଜାର ୧୭୦ଜଣ। ବାକି ୩୮ଲକ୍ଷ ୯୬ହଜାର ୫୭୬ଜଣ ଟିକା ନେବାକୁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.