ଖେଳାଳିଙ୍କ ପରେ ଏବେ IPL ରୁ ହଟିଲେ ଅମ୍ପାୟର, ନୀତିନ ମେନନ୍‌ଙ୍କ ମା’ ଓ ପତ୍ନୀ କରୋନା ସଂକ୍ରମିତ

ଆଇପିଏଲ୍‌ରେ ଖେଳାଳିଙ୍କ ପରେ ଅମ୍ପାୟରଙ୍କ ଉପରେ କରୋନା ବାଦଲ । ଏଲିଟ୍‌ ପ୍ୟାନେଲରୁ ହଟିଲେ ଦୁଇ ଅମ୍ପାୟାର । ଆଇପିଏଲ୍‌ରୁ ହଟିଲେ ଭାରତୀୟ ଅମ୍ପାୟାର ନୀତିନ ମେନନ୍‌। ନୀତିନ ମେନନଙ୍କ ମା’ ଓ ପତ୍ନୀ କରୋନାରେ ସଂକ୍ରମଣ ହୋଇଥିବାରୁ ସେ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ସେ ନିଜ ଘର ଇନ୍ଦୋରକୁ ଫେରି ଯାଇଛନ୍ତି। ନୀତିନ ମେନନଙ୍କ ଗୋଟିଏ ଛୋଟ ପୁଅ ଅଛି। ଏଣୁ ତାଙ୍କୁ ଘରକୁ ଫେରିବାକୁ ପଡ଼ିଛି।
ସେହିଭଳି ଅଷ୍ଟ୍ରେଲିଆନ ଅମ୍ପାୟାର ପଲ୍‌ ରିଫିଲ ନିଜ କାରଣ ଦର୍ଶାଇ ଆଇପିଏଲ୍‌ରୁ ହଟିଛନ୍ତି। ଅଷ୍ଟ୍ରେଲିଆ ସରକାର ବିମାନ ଉପରେ କଟକଣା ଲଗାଇବାରୁ ସେ ଆଇପିଏଲ୍‌ରୁ ହଟିଛନ୍ତି । ଏହା ପୂର୍ବରୁ ଆର ଅଶ୍ୱିନୀ ମଇଦାନ ଛାଡିଥିଲେ। ସେହିଭଳି ତିନି ଅଷ୍ଟ୍ରେଲିଆ ଖେଳାଳି ଆଡମ୍‌ ଜାମ୍ପା, କେନ୍‌ ରିଚାର୍ଡସନ୍‌, ଆଣ୍ଡ୍ର୍ୟ ଟାଏ ଆଇପିଏଲ୍‌ରୁ ହଟିଥିଲେ । ମେ’ ୩୦ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌ ଚାଲିବ। ଏହାପୂର୍ବରୁ ଗୋଟିଏ ଗୋଟିଏ ଖେଳାଳି, ଅଫିସିଆଲ ଓ ଅମ୍ପାୟାର ଆଇପିଏଲ୍‌ରୁ ଆଉଟ ହେଉଛନ୍ତି । ଯାହାକି ବିସିସିଆଇକୁ ଚିନ୍ତାରେ ପକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.