ଦେଶରେ କରୋନା ସ୍ଥିତି ସଙ୍ଗୀନ, ୩ ଲକ୍ଷ ୭୯ ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୭୯ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୦ ଲକ୍ଷ ଉପରେ ଆକ୍ଟିଭ୍‌ କେସ୍‌ ରହିଛି। ଅନ୍ୟପଟେ ୨୪ ଘଣ୍ଟାରେ ୩ ହଜାର ୫୯୬ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଆକ୍ଟିଭ କେସ୍‌ ରହିଛି ୬୦ ଲକ୍ଷ ୮୦ ହଜାର । ଯାହାକି ବିଶ୍ୱରେ ସର୍ବାଧିକ । ଆକ୍ଟିଭ କେସରେ ଭାରତ ଦ୍ୱିତୀୟ ରହିଛି ।

ଦେଶରେ ସକ୍ରିୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଫେବ୍ରୁଆରୀ ୧୬ରେ ୧ ଲକ୍ଷ ୩୮ ହଜାର ଆକ୍ଟିଭ୍‌ କେସ୍‌ ରହିଥିଲା । ୫ ଲକ୍ଷ ଆକ୍ଟିଭ୍‌ କେସ୍‌ ଆସିବାକୁ ଲାଗିଥିଲା ୪୦ ଦିନ। ପରବର୍ତ୍ତୀ ୧୦ଲକ୍ଷ ଆକ୍ଟିସ କେସ୍‌ ଆସିବାକୁ ଲାଗିଲା ୧୨ ଦିନ । ତା ପରବର୍ତ୍ତୀ ୧୦ ଲକ୍ଷ ୧୦ ଦିନରେ ପହଞ୍ଚିଥିଲା । ଏବେ ୯ ଦିନରେ ଆଉ ୧୦ ଲକ୍ଷ ଆକ୍ଟିଭ୍‌ କେସ୍‌ ରହିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୩ ହଜାର ୩୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ମହାରାଷ୍ଟ୍ରରେ ଏହା ସର୍ବାଧିକ । ଉତ୍ତର ପ୍ରଦେଶରେ ୨୯ ହଜାର ୮୨୪ ଓ ଦିଲ୍ଲୀରେ ୨୫ ହଜାର ୯୮୬ ନୂଆ କେସ୍ ସାମନାକୁ ଆସିଛି। ଦେଶରେ କର୍ଣ୍ଣାଟକରେ ୩୯ ହଜାର ୪୭, କେରଳରେ ୩୫ ହଜାର ୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗରେ ୧୭ ହଜାର ୨୦୭, ତାମିଲନାଡୁରେ ୧୬ ହାଜର ୬୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୯୮୫ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ସର୍ବାଧିକ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩୬୮ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.