ସାମାନ୍ୟ କମିଲା ସଂକ୍ରମିତଙ୍କ ସଂଖ୍ୟା: ଆଜି ରାଜ୍ୟରେ ୬,୯୯୮ କରୋନା ପଜିଟିଭ୍‌ ଚିହ୍ନଟ, ୧୨ ମୃତ

ଭୁବନେଶ୍ୱର: ଟିକେ ଆଶ୍ବସ୍ତି। ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୬ହଜାର ୯୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୨ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୩୫ହଜାର ୫୧୩କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌-୫୭ହଜାର ୭୧୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୭୫ହଜାର ୭୨୧। ମୃତ୍ୟୁସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.