Below header

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା : ୪୩ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଲାଇସେନ୍ସ ସସପେଣ୍ଡ

ସମ୍ବଲପୁର (କେନ୍ୟୁଜ): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବେଳେ ସମ୍ବଲପୁରରେ କୋର୍ଟ ଭିତରେ ବ୍ୟାପକ ଭଙ୍ଗାରୁଜାକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ ୧୭ ଆଇନଜୀବୀଙ୍କୁ ଗିରଫ କରିଛି । ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏପର୍ଯ୍ୟନ୍ତ ୪୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ।

ଦୁଇଟି ପର୍ଯ୍ୟାୟରେ ୪୩ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସପେଣ୍ଡ ହୋଇଛି । ୧୮ ମାସ ପାଇଁ ସଂପୃକ୍ତ ଆଇନଜୀବୀ ମାନେ କୋର୍ଟ ପ୍ରାକ୍ଟିସ କରିପାରିବେ ନାହିଁ କି କୋର୍ଟ ପରିସରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ସମ୍ବଲପୁର କୋର୍ଟ ପରିସରରେ ୧୪୪ ଧାରା ଜାରି ହୋଇଛି । ମୁତୟନ ହୋଇଛନ୍ତି ବ୍ୟାପକ ଫୋର୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.