Below header

ଗତକାଲି ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଦୁର୍ଘଟଣା, ହାଇୱା ଧକ୍କାରେ ଜଣେ ମୃତ

ଭୁବନେଶ୍ୱର (କେନ୍ୟୁଜ); ଭୁବନେଶ୍ୱର ରସୁଲଗଡ଼ ଛକରେ ଗତକାଲି ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତା ଜାମ୍‌ ରହିଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଜଣଙ୍କ ମୁଣ୍ଡ ନେଇଛି ହାଇୱା ଟ୍ରକ୍ । ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକକୁ ଜବତ କରିଛି ମଞ୍ଚେଶ୍ୱର୍ ଥାନା ପୋଲିସ । ଏବେ ପରିସ୍ଥିତି ସ୍ଵଭାବିକ ରହିଥିବା ଜଣାପଡ଼ିଛି । OD 05AP 7557 ନମ୍ୱର ବିଶିଷ୍ଟ ହାଇୱା ଟ୍ରକ୍ ଏହି ଦୁର୍ଘଟଣା ଘଟାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ମୃତକଙ୍କ ପରିଚୟ ପୋଲିସକୁ ମିଳିନଥିବା ବେଳେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର। ଗାଡି ନମ୍ବରରୁ ମାଲିକର ପରିଚୟ ପାଇ ଗାଡି ମାଲିକକୁ ଥାନାରେ ହାଜର ହେବା ପାଇଁ କହିଛି ପୋଲିସ । ତେବେ ମୃତ ଦେହକୁ ଶବ ବ୍ଯବଛେଦ ପାଇଁ କ୍ଯାପିଟାଲ ହସ୍ପିଟାଲ ପଠାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.