Below header

ଷ୍ଟେସନ୍‌ର ଫୋନ୍‌ ହଜି ଗଲା, ତା ପରେ ସେହି ଫୋନ୍‌ରୁ ବାରମ୍ବାର ଆସୁଛି ଭିଡ଼ିଓ କଲ

ଭୁବନେଶ୍ୱର (କେନ୍ୟୁଜ) : ଗତ ଦୁଇ ତିନିଦିନ ଧରି ଏକ ଅଜବ ଘଟଣା ଦୃଷ୍ଟିକୁ ଆସିଛି। ଡିସେମ୍ବର ୬ ତାରିଖ ଦିନ ଭୁବନେଶ୍ୱର ରେଳ ଷ୍ଟେସନ ପ୍ଲାଟଫୋର୍ମ -୧ରୁ ଏକ ମୋବାଇଲ୍‌ ଚୋରି ହୋଇଥିଲା । ତେବେ ସେହି ଚୋରି ମୋବାଇଲ ନମ୍ବରରୁ ଫୋନ୍‌ର ମାଲିକଙ୍କ ସହ ସେଥିରେ ଥିବା ଅନ୍ୟ ନମ୍ବରରେ ବାରମ୍ବାର ଭିଡିଓ କଲ୍‌ ଆସୁଛି । ମୋବାଇଲ ନେଇଥିବା ଯୁବକ ଜଣକ ସମସ୍ତଙ୍କୁ ଭିଡ଼ିଓ କଲ କରୁଛନ୍ତି। ଭିଡିଓ କଲ୍‌ରୁ ଯାହା ଜଣାପଡୁଛି କି ଯୁବକ ଜଣକ ମୁକ । କଥା କହି ପାରୁ ନାହାନ୍ତି । କଥା କହି ନପାରି କେବଳ ବିଭିନ୍ନ ଅଙ୍ଗ ଭଙ୍ଗୀ କରୁଛନ୍ତି।

ABHIJUKTA-2
ଏଭଳି ଭାବେ ଭିଡିଓ କଲ କରୁଥିବା ଯୁବକ ଜଣକ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରେ ରହି ବିଭିନ୍ନ ଉଠା ଦୋକାନରେ ବୋଲହାକ କରୁଥିବା ଜଣା ପଡ଼ିଛି। ମାତ୍ର ଗତ ତିନି ଦିନ ହେବ ସେ ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳକୁ ଆଉ ଆସୁ ନାହାନ୍ତି। ଏ ସମ୍ପର୍କରେ ଫୋନ ର ମାଲିକ ପାୟଲ ମହାନ୍ତି ସ୍ଥାନୀୟ ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ରେଳବାଇ ଥାନା ସମ୍ପୃକ୍ତ ଯୁବକକୁ ଖୋଜୁଛନ୍ତି।
ତେବେ ସ୍ପଷ୍ଟ ହେଉନି କି କଣ ପାଇଁ ଯୁବକ ଜଣକ ଫୋନ୍‌ ନେଇଛନ୍ତି ଓ ଭିଡିଓ କଲ୍‌ କରୁଛନ୍ତି । ଯଦି ସେ ଫୋନ୍‌ଟି ପାଇଛନ୍ତି ତେବେ ଏହାକୁ ନଫେରାଇ ନିଖୋଜ କାହିଁକି ଅଛନ୍ତି ? ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ହେଉ ନାହିଁ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.