ବିମାନ ବାଥରୁମରେ ପ୍ରସବ କଲେ ମହିଳା, କହିଲେ ଗର୍ଭବତୀ ଥିବା ଜାଣିନଥିଲି

ଇକ୍ୟୁଏଡର ଗୁଆକିଲରୁ ଆମଷ୍ଟରଡାମ୍କୁ ଏକ KLM ରୟାଲ ଡଚ୍‌ ବିମାନ ବାଥରୁମରେ ଏକ ଶିଶୁର ଜନ୍ମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଗର୍ଭବତୀ ଥିବା ମହିଳା ଜଣକ ନିଜେ ଜାଣିନଥିଲେ, ସେ ଗର୍ଭବତୀ ରହିଛନ୍ତି ବୋଲି । ପେଟ କାଟିବା ଯୋଗୁଁ ବିମାନର ବାଥରୁମକୁ ଯିବା ପରେ ତାଙ୍କର ଶିଶୁ ଜନ୍ମ ନେଇଥିଲା।

ଖବର ମୁତାବକ, ଇକ୍ୟୁଏଡର ଗୁଆକିଲରୁ ଆମଷ୍ଟରଡାମ୍କୁ ଉଡାଣ ଭରିଥିବା ବିମାନରେ ତମାରା ନାମକ ଜଣେ ମହିଳା ଯାତ୍ରା କରୁଥିଲେ । ବିମାନଟି ଉଡାଣ ଭରି ସାରିବା ପରେ ନେଦରଲ୍ୟାଣ୍ଡରେ ଅବତରଣ କରିବାର କିଛି ଘଣ୍ଟା ପୂର୍ବରୁ ମହିଳାଙ୍କ ପେଟ ଜୋରରେ କାଟିଥିଲା। ସେ ବିମାନର ବାଥରୁମକୁ ଯିବା ପରେ ତାଙ୍କର ଶିଶୁ ଜନ୍ମ ନେଇଥିଲା। ଆଶ୍ଚର୍ଯ୍ୟକର ଘଟଣା ଯେ, ମହିଳା ଜଣକ ନିଜେ ଗର୍ଭବତୀ ଥିବା ଖବର ଜାଣିନଥିଲେ ।

ବିମାନ ସେବା ମୁଖପାତ୍ର କହିଛନ୍ତି ଯେ, ଅଷ୍ଟ୍ରିଆର ଦୁଇଜଣ ଡାକ୍ତର ଏବଂ ଜଣେ ନର୍ସ ବିମାନରେ ଥିଲେ ଏବଂ ପ୍ରସବ ସମୟରେ ତମାରାଙ୍କୁ ସାହାଯ୍ୟ କରିଥିଲେ । ଜନ୍ମ ହୋଇଥିବା ଶିଶୁ ନାମ ମ୍ୟାକ୍ସିମିଲିଅନୋ ରଖିଛନ୍ତି ମହିଳା ।

କେଏଲଏମ ଏୟାରଲାଇନ୍ସ କହିଛି ଯେ, ଉଭୟ ମା ଏବଂ ଶିଶୁ ବର୍ତ୍ତମାନ ସୁସ୍ଥ ରହିଛନ୍ତି । ଏହାସହ ଶିଫୋଲରେ ପହଞ୍ଚିବା ପରେ ମା ଏବଂ ନବଜାତକୁ ଆମ୍ବୁଲାନ୍ସ ଯୋଗେ ସ୍ପାର୍ନେ ଗ୍ୟାସ୍ଟୁଇସକୁ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.