Below header

ଜଟଣୀ : ଭିଜିଲାନ୍ସ ହାତରେ ବନ୍ଧା ହେଲେ ପୋଲିସ ବାବୁ

ଭୁବନେଶ୍ବର (କେନ୍ୟୁଜ୍) : ପୋଲିସକୁ ବାନ୍ଧିଲା ପୋଲିସ । ଲାଞ୍ଚ ନେବା ବେଳେ ଫସିଗଲେ ଥାନା ବାବୁ । ଜଟଣୀ ଥାନା ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଏକ କେସ୍ ଦଫାରଫା ପାଇଁ ସେ କୁଦିଆରିର ସୁମିତ ମଙ୍ଗରାଜଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହାପରେ ତାଙ୍କ ଜଟଣୀସ୍ଥିତ ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଥିଲା । ତାଙ୍କ ଘରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.