ଭିଜିଲାନ୍ସ ରେଡ୍‌ ପୂର୍ବରୁ ହାଲ୍‌ ଅର୍ଥ ବିଭାଗ ଅଧିକାରୀ ପୋଡ଼ିଦେଲେ ଟଙ୍କା

ସୁନାବେଡ଼ା(କେନ୍ଯୁଜ୍) : ଭିଜିଲାନ୍ସ ଭୟରେ ଟଙ୍କା ଜାଳିଦେଲେ ଅଧିକାରୀ । ଆଭ୍ୟନ୍ତରୀଣ ଭିଜିଲାନ୍ସ ଚଢଉ କରିବା ପୂର୍ବରୁ ସୂଚନା ପାଇ ଲକ୍ଷାଧିକ ଟଙ୍କା ଜାଳି ଦେଇଛନ୍ତି ହାଲ୍‌ ଅର୍ଥ ବିଭାଗର ଅଧିକାରୀ ଭବନ ମିତ୍ର । ସୁନାବେଡ଼ା ଏନ୍‌-୪ରେ ରହୁଥିବା ତାଙ୍କ ଘରୁ ଦରପୋଡ଼ା ଅବସ୍ଥାରେ ୧ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି ।

adhikari1ତାଙ୍କ ବାସଭବନ ଓ କାର୍ଯ୍ଯାଳୟରେ ହାଲ୍‌ ଆଭ୍ୟନ୍ତରୀଣ ଭିଜିଲାନ୍ସ ଚଢଉ କରିଥିଲା । ଚଢଉ ବେଳେ ଦରପୋଡ଼ା ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ଭିଜିଲାନ୍ସ ଚଢଉ ପୂର୍ବରୁ ସେ ଫେରାର ହୋଇ ଯାଇଥିଲେ । ତାଙ୍କ ବିରୋଧରେ ଆର୍ଥିକ ହେରଫେର ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.