Below header

ଆଜି ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ ଓ ମା’ ଗଡ଼ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ

କଟକ(କେନ୍ଯୁଜ୍) : ଶକ୍ତି ପୀଠ ଏବେ ଉତ୍ସବମୁଖର । ମାଆଙ୍କର ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଉପଚାର ପୂଜା ଚାଲିଛି । କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀ ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆ କଟକ ଚଣ୍ଡୀ ଉଗ୍ରତାରା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସେହିପରି ମାଆ ଗଡ଼ଚଣ୍ଡୀ ଆଜି ରାଜରାଜେଶ୍ୱରୀ ବେଶ ଧାରଣ କରିବେ । ଏହାପୂର୍ବରୁ ଗତକାଲି ମା’ ଚଣ୍ଡୀ ଷୋଡ଼ଶୀ ବେଶ ଓ ମା’ ଗଡ଼ଚଣ୍ଡୀ ଭୁବନେଶ୍ୱରୀ ବେଶରେ ଦର୍ଶନ ଦେବେ । ପ୍ରତିଦିନ ମାଆଙ୍କ ନୂଆ ନୂଆ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.