ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ଉଦଘାଟନି ଉତ୍ସବରେ ଚାରଚାନ୍ଦ୍‌ ଲଗାଇବେ କିଙ୍ଗ୍‌ ଖାନ୍‌ ଶାହାରୁଖ ଓ ଖିଲାଡି କୁମାର ଅକ୍ଷୟ

ଭୁବନେଶ୍ବର(କେନ୍ଯୁଜ୍) : ବଲିଉଡ ଦୁଇ ସୁପର ଷ୍ଟାର ଙ୍କ ନୃତ୍ୟରେ ଝୁମିବେ ଦର୍ଶକ । ହକି ବିଶ୍ୱକପ୍‌  ଉଦଘାଟନି ଉତ୍ସବରେ ଚାରଚାନ୍ଦ୍‌  ଲଗାଇବେ କିଙ୍ଗ୍‌ ଖାନ୍‌ ଶାହାରୁଖ ଓ ଖିଲାଡି କୁମାର ଅକ୍ଷୟ କୁମାର । ନୂଆ ପୁରୁଣା ଗୀତର ତାଳେ ତାଳେ ସୁପରଷ୍ଟାରଙ୍କ ସହ ତାଳେ ତାଳେ ନାଚିବେ ଉପସ୍ଥିତ ଦର୍ଶକ । ହକି ଇଣ୍ଡିଆରୁ ମିଳିଥିବା ସୂଚନା ଅନୁସାରେ , ଏହି ଦୁଇ ଷ୍ଟାରଙ୍କୁ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ରହିଛି । ତେଣୁ ସେମାନେ ଆସିବା ସୁନିଶ୍ଚିତ । ନଭେମ୍ବର ୨୮ ତାରିଖକୁ ଏବେ ଅପେକ୍ଷା ରହିଲା । ଆରମ୍ଭ ହେବ ପୁରୁଷ ହକିର କ୍ରୀଡ଼ା ମହାକୁମ୍ଭ । ପୂର୍ବରୁ ଉଦଘାଟନୀ ସମାରୋହରେ ସଙ୍ଗୀତ ପରିବେଷଣ କରିବେ ଏ.ଆର୍‌ ରେହମାନ୍‌ । ଯାହାର ଅଫିସିଆଲ୍‌ ଓପେନିଂ ସଙ୍ଗ୍‌ ପ୍ରସ୍ତୁତ କରୁଛନ୍ତି  ପ୍ରସିଦ୍ଧ ଗୀତିକାର ଗୁଲଜାର୍‌ । ଟ୍ଵିଟ୍‌ କରି ଏହା ପୂର୍ବରୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

hockeyପୂର୍ବରୁ ଭୁବନେଶ୍ୱରରରେ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ସଙ୍ଗୀତ ପରିବେଷଣ କରିଥିଲେ ବଲିଉଡ୍‌ ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍‌ । ଆଗକୁ ହକି ବିଶ୍ୱକପ୍‌ରେ ଏଆର ରେହମାନ, ଶାହାରୁଖ ଖାନ୍‌, ଅକ୍ଷୟ କୁମାରଙ୍କ ଯାଦୁ କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକଙ୍କୁ ମତୁଆଲା କରିବ । ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ଯନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିବ ପୁରୁଷ ହକି ବିଶ୍ୱକପ୍‌ । ୧୬ଟି ଦଳ ମୋଟ୍‌ ୩୬ଟି ମ୍ୟାଚ୍‌ ଖେଳିବେ ।

 

 

Leave A Reply

Your email address will not be published.