ଭିଜିଲାନ୍ସ ଜାଲରେ ଜେଇ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌

କେନ୍ଦୁଝର(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଜେଇ । କେନ୍ଦୁଝର ବୈତରଣୀ ଇରିଗେସନ୍‌ ଡିଭିଜନର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଜେଇ ନନ୍ଦକିଶୋରଙ୍କ ଶାଳପଡ଼ାସ୍ଥିତ ସରକାରୀ ବାସଭବନ, କାର‌୍ୟ୍ୟାଳୟ ସହ ଘଷିପୁରା ପୈତୃକ ଘର ସମେତ ଏକାସଙ୍ଗେ ତିନିଟି ସ୍ଥାନରେ ରେଡ୍‌ କରାଯାଉଛି । ଚଢଉ ସମୟରେ ବ୍ୟାଙ୍କ ପାସବୁକ୍‌ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। କେନ୍ଦୁଝର ଭିଜିଲାନ୍‌ସ ଡିଏସ୍‌ପିଙ୍କ ନେତୃତ୍ୱରେ ୪ଟି ଟିମ୍‌ ଚଢାଉରେ ସାମିଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.