ପ୍ରଧାନମନ୍ତ୍ରୀଙ୍କ ସଙ୍କେତ , ଆହୁରି ସରଳ ହେବ ଜିଏସ୍‌ଟି

ଦିଲ୍ଲୀ(କେନ୍ୟୁଜ୍) : ଆହୁରି ସରଳ ହେବ ଜିଏସ୍‌ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସଙ୍କେତ ଦେଇଛନ୍ତି । କେନ୍ଦ୍ର ସରକାର ୯୯ ପ୍ରତିଶତ ସାମଗ୍ରୀକୁ ଜିଏସ୍‌ଟିର ୧୮ ପ୍ରତିଶତ ସ୍ଲାବ ଭିତରେ ଆଣିବାକୁ ଉଦ୍ୟମ କରାଯାଉଥିବା ମୋଦି କହିଛନ୍ତି । ବିଳାସ ସାମଗ୍ରୀ ଭଳି କିଛି ସାମଗ୍ରୀ କେବଳ ୨୮ ପ୍ରତିଶତ ସ୍ଲାବ ଭିତରେ ଅଣାଯିବ ।

MODI ସାଧାରଣ ବ୍ୟବହାର କରୁଥିବା ସମସ୍ତ ସାମଗ୍ରୀକୁ ଜିଏସ୍‌ଟିର ୧୮ ପ୍ରତିଶତ କିମ୍ବା ଏହାଠାରୁ କମ୍‌ ସ୍ଲାବରେ ରଖିବାକୁ ପ୍ରୟାସ କରାଯାଉଛି । ଆସନ୍ତା ଶନିବାର ଜିଏସ୍‌ଟି ପରିଷଦ ବୈଠକ ବସିବ । ଏଥିରେ କୃଷି ସମ୍ବନ୍ଧୀୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । ଜୁଲାଇ ୨୦୧୭ରେ ଜିଏସ୍‌ଟି ଲାଗୁ ହେବା ସମୟରେ ୨୨୬ଟି ସାମଗ୍ରୀ ସର୍ବୋଚ୍ଚ ସ୍ଲାବରେ ରହିଥିଲା। ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.