Below header

ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ , ୪ ଦଫା ଦାବି ନେଇ ସୁରକ୍ଷା ସମିତି ପକ୍ଷରୁ ବନ୍ଦ ଡାକରା

ତାଳଚେର(କେନ୍ୟୁଜ୍) : ତାଳଚେରରେ ୧୨ଘଣ୍ଟିଆ ବନ୍ଦ। ୪ ଦଫା ଦାବିରେ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଦୋକାନ, ବଜାର , ସ୍କୁଲ କଲେଜ ବନ୍ଦ ସହ ସରକାରୀ ଓ ବେସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି। କୋଇଲା ପରିବହନ ମଧ୍ୟ ଠପ୍‌ ହୋଇଯାଇଛି। ଭୂତଳ କୋଇଲା ଖଣିରେ ବାଲି ଫିଲିଂ ସହ ତାଳଚେର ସହରବାସୀଙ୍କୁ ବିପଦମୁକ୍ତ କରାଯିବା, ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ଓ ତାଳଚେରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.